ସୁଶାନ୍ତ ସିଂ ଆତ୍ମହତ୍ୟାର ନୂଆ ମୋଡ଼ : ସିବିଆଇ ତଦନ୍ତ ଦାବି କଲେ ଶେଖର ସୁମନ୍‌, କ’ଣ ପାଇଁ ମାସକରେ ସୁଶାନ୍ତ ବଦଳାଇଥିଲେ ୫୦ ଥର ସିମ୍‌

ପାଟନା :  ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି । ଆତ୍ମହତ୍ୟା ସମ୍ପର୍କରେ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଅଭିନେତା ଶେଖର ସୁମନ୍‌ । ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ଭାବେ ବିବେଚନା କରା ନଯାଇ ଏହାର ଖୋଳତାଡ଼ କରିବାକୁ ସେ କହିଛନ୍ତି ।

ଏହାର ସିବିଆଇ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ସେଖର ସୁମନ୍‌ କହିଛନ୍ତି । ବିହାର ଆର୍‌ଜେଡି ନେତା ତେଜସ୍ୱୀ ଏକ ଯାଦବଙ୍କ ଘରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଶେଖର ଏକଥା କହିଛନ୍ତି । ସୁଶାନ୍ତ କ’ଣ ପାଇଁ ମାସକ ଭିତରେ ୫୦ଟି ସିମ୍‌ ବଦଳାଇ ଥିଲେ ।

sekhar

ସୁଶାନ୍ତଙ୍କ ଘରୁ ସୁଇସାଇଡ୍‌ ନୋଟ୍‌ ନମିଳିବା ଓ ଘରର ଡୁପ୍ଲିକେଟ୍‌ ଚାବି ଅଲଗା ସ୍ଥାନରେ ରହିବା ମୃତ୍ୟୁର ଅନେକ ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ଶେଖର କହିଛନ୍ତି ।

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ନେଇ ସେ ବିହାର ମୁଖ୍ୟମନ୍ତ୍ରୀ ନିତିଶଙ୍କୁ ଭେଟିବାକୁ ଯାଇଥିବା ବେଳେ ତାଙ୍କୁ ଅନୁମତି ମିଳିନାହିଁ ବୋଲି ସେ କହିଥିଲେ । ଏପଟେ ସୁଶାନ୍ତଙ୍କ ଭିସାରା ନମୂନା ନେଗେଟିଭ୍‌ ଆସିଛି ।

କୈାଣସି ପ୍ରକାର ବିଷ କିମ୍ବା ରାସାୟନିକ ପଦାର୍ଥ ଦେଇ ହତ୍ୟା କରାଯାଇଥିଲେ ଭିସାରା ନମୂନା ପରୀକ୍ଷା ହୋଇଥାଏ । ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଅଡୁଆ ସୂତା ଭଳି ଅଡୁଆ ହୋଇ ଚାଲିଛି । ଏହାର ସିବିଆଇ ତଦନ୍ତ ଜରୁରୀ ବୋଲି ଶେଖର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.