Below header

ଦୁର୍ଗା ପୂଜା ଦେଖି ଫେରୁଥିବା ବେଳେ ଅଘଟଣ ; ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୪ ମୃତ

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୪ ମୃତ। ନୂଆପଡ଼ା ବୋଡେ଼ନ ଥାନା ରାଜପୁର ଗାଁରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଦଶହରା ପୂଜା ଦେଖି ଫେରୁଥିବାବେଳେ ଦୁଇ ବାଇକ୍ ମୁହାଁମୁହିଁ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା।

ନୂଆପଡ଼ା (କେନ୍ୟୁଜ): ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୪ ମୃତ। ନୂଆପଡ଼ା ବୋଡେ଼ନ ଥାନା ରାଜପୁର ଗାଁରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଦଶହରା ପୂଜା ଦେଖି ଫେରୁଥିବାବେଳେ ଦୁଇ ବାଇକ୍ ମୁହାଁମୁହିଁ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଆହତ ୩ ଜଣଙ୍କୁ ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବୋଡେନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ସେପଟେ ଦୁର୍ଘଟଣା ସଂପର୍କରେ ଖବର ସ୍ଥାନୀୟ ପୋଲିସ ଓ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ମୃତାହତଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ତଦନ୍ତ ପରେ ହିଁ ମୃତକଙ୍କ ପରିଚୟ ମିିଳିବ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.