ଆଦି କୈଳାସରୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ମୁଖ୍ୟମନ୍ତ୍ରୀ ଧାମି ଜଣାଇଲେ ଶୋକ

ଧାରଚୁଲା-ଲିପୁଲେଖ ମାର୍ଗରେ ଲଖରପୁର ପାଖରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡିଟି ହଠାତ୍‌ ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଥିଲା । ମଙ୍ଗଳବାର ଦ୍ୱିପ୍ରହରରେ ୨.୩୦ରେ ଟାକ୍ସିରେ ଥିବା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି ।

ପିଥୋରାଗଢରେ ଧାରଚୁଲା ତହସିଲ ଲଖନପୁର ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଦି କୈଳାସରୁ ଦର୍ଶନ ସାରି ଫେରୁଥିବା ଟାକ୍ସି ଖାଇକୁ ଖସିପଡିଥିଲା । ଏଥିରେ ଡ୍ରାଇଭର ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଏବଂ ଏସଡିଆରଏଫ ଟିମ୍‌ ଯାତ୍ରୀମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରୁଛି । କିନ୍ତୁ ପ୍ରବଳ ବର୍ଷା ଏବଂ ଭୂସ୍ଖଳପ ଯୋଗୁଁ ଉଦ୍ଧାର କାର୍ଯ୍ୟ ରୋକିବାକୁ ପଡିଛି ।

ଖବର ମୁତାବକ, ଧାରଚୁଲା-ଲିପୁଲେଖ ମାର୍ଗରେ ଲଖରପୁର ପାଖରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡିଟି ହଠାତ୍‌ ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଥିଲା । ମଙ୍ଗଳବାର ଦ୍ୱିପ୍ରହରରେ ୨.୩୦ରେ ଟାକ୍ସିରେ ଥିବା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଅନ୍ଧାରରେ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା ।

ଦୁର୍ଘଟଣା ହୋଇଥିବା ଟାକ୍ସି ପଛରେ ଏକ ଗାଡି ଆସୁଥିଲା । ଟାକ୍ସିଟି ଅନିୟନ୍ତ୍ରିତ ହୋଇ ତଳେ ପଡିଯିବା ଦେଖି ପୋଲିସ ପ୍ରଶାସନକୁ ଖବର ଦେଇଥିଲେ । ଏହାପରେ ପୋଲିସ ଏବଂ ଏସଡିଆରଏଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଥିଲା । ଗାଡିରେ ଥିବା ଲୋକ ବେଙ୍ଗାଲୁରୁର ଥିଲେ ।

ଏହି ଦୁର୍ଘଟଣାରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦୁଃଖ ପ୍ରକାଶ କରିବା ସହିତ ପରିଜନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.