ଭର୍ଚୁଆଲ୍‌ ମୋଡରେ କିସ୍‌ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ: ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ ସମ୍ମାନସୂଚକ ଡକ୍ଟରେଟ୍‌

କେନ୍ୟୁଜ୍(ବ୍ୟୁରୋ): କିସ୍‌ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ ଆଜି ଅନୁଷ୍ଠିିତ ହେଉଛି । କରୋନା ଯୋଗୁଁ କୋଭିଡ୍‌ କଟକଣା ମଧ୍ୟରେ ସଂପୂର୍ଣ୍ଣ ଭର୍ଚୁଆଲ୍‌ ମୋଡରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ଅବସରରେ ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯିବ ।

ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ଭାରତର ମହାଲେଖାକାର ଓ ମହାସମୀକ୍ଷକ ଗିରୀଶ ଚନ୍ଦ୍ର ମୁର୍ମୁ, କେନିଆର ସାଂସଦ ତଥା କେନିଆ ମେଡିହିଲ୍‌ ହସ୍ପିଟାଲ୍‌ ସମୂହର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ସ୍ୱରୂପ ରଞ୍ଜନ ମିଶ୍ର ଓ ନିୟୁର୍କରେ ରହୁଥିବା ବିଶିଷ୍ଟ ଫ୍ୟାସନ୍‌ ଓ କଷ୍ଟ୍ୟୁମ୍‌ ଡିଜାଇନର୍‌ ବିଭୁ ମହାପାତ୍ର ପ୍ରମୁଖ କିସ୍‌ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରୀ ଗ୍ରହଣ କରିବେ ।

ମୁଖ୍ୟ ଅତିଥି ଭାବେ ପ୍ରଫେସର ଗଣେଶୀ ଲାଲ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ । କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମଧ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବେ । ସମାବପର୍ତ୍ତନରେ କିସ୍‌ ବିଶ୍ୱବିଦ୍ୟାଳୟର କୁଳାଧିପତି ସତ୍ୟ ଏସ୍‌. ତ୍ରିପାଠୀ, କୁଳପତି ପ୍ରଫେସର ଦୀପକ କୁମାର ବେହେରା, ଉପକୁଳପତି ପ୍ରଫେସର ପୀତବାସ ସାହୁ ଓ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ସହ ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରିବେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ୍‌ କରିଥିବା

ଛାତ୍ରଛାତ୍ରୀଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ, କୁଳାଧିପତି ସ୍ୱର୍ଣ୍ଣ ପଦକ, କୁଳପତି ରୌପ୍ୟ ପଦକ ପ୍ରଦାନ କରାଯିବ । ୧୯୯୨-୯୩ ମସିହାରେ ମାତ୍ର ୧୨୫ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଛୋଟିଆ ଅନୁଷ୍ଠାନ ଆଜି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ।

କିସ୍‌ ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ବିଶ୍ୱବିଦ୍ୟାଳୟ ହେବାର ଗୌରବ ଅର୍ଜନ କରିଛି । କିସ୍‌ ବିଶ୍ୱବିଦ୍ୟାଳୟର ଏହି ସମାବର୍ତ୍ତନ ଉତ୍ସବର ସିଧାପ୍ରସାରଣ କଳିଙ୍ଗ ଟିଭିରେ ପୂର୍ବାହ୍ନ ୧୦ଟାରୁ ଦେଖି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.