ଡିଜିଟାଲ୍ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଲେ ଜୟା ବଚ୍ଚନ

ରାଜନୀତି ପରେ ଏବେ ଆଉ ଏକ ନୂଆ ଦୁନିଆରେ ପାଦ ରଖିଛନ୍ତି ବଲିଉଡରେ ବର୍ଷିଆନ୍ ଅଭିନେତ୍ରୀ ଜୟା ବଚ୍ଚନ। ସ୍ୱାମୀ ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ ପରେ ମା’ ଜୟା ବଚ୍ଚନ ଏବେ ଡିଜିଟାଲରେ ଡେବ୍ୟୁ କରିବେ। ଏଥିପାଇଁ ସେ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି। ରିପୋର୍ଟ ମୁତାବକ, ଜୟା ବଚ୍ଚନ ୱେବ୍ ସିରିଜରୁ ଡିଜିଟାଲରେ ଡେବ୍ୟୁ କରିବେ। ଏହି ୱେବ୍ ସିରିଜର ଅସ୍ଥାୟୀ ନାଁ ‘ସଦାବାହାର’ ରଖାଯାଇଛି। ଏଥିରେ ତାଙ୍କୁ ଏକ ଦମଦାର ଭୂମିକାରେ ଦେଖିବାକୁ ମିଳିବ।

ଜୟା ବଚ୍ଚନ ‘ସଦାବହାର’ ସହିତ ଡିଜିଟାଲ ପ୍ଲାଟଫର୍ମରେ ଧମାକା କରିବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ, ଜୟା ବଚ୍ଚନ ଏହି ୱେବ୍ ସିରିଜ୍ ପାଇଁ ଫେବୃଆରୀରେ ସୁଟିଂ ଆରମ୍ଭ କରିଥିଲେ। କିନ୍ତୁ, କରୋନାର ଦ୍ୱିତୀୟ ଲହର ପରେ ଶୁଟିଂ ବନ୍ଦ ହୋଇଯାଇଥିଲା। କିନ୍ତୁ, ବର୍ତ୍ତମାନ ପରିସ୍ଥିତି ସୁଧୁରିବା ପରେ ୱେବ୍ ସିରିଜର ସୁଟିଂ ମଧ୍ୟ ଆରମ୍ଭ ହୋଇଛି। ‘ସଦାବହାର’ର ଟିମ୍ ଏହି ସପ୍ତାହରେ କେବଳ ୨ ଟି ସିକ୍ୱେନ୍ସ ଶୁଟ୍ କରିଛି । କରୋନା ପ୍ରୋଟୋକଲଗୁଡ଼ିକୁ ଧ୍ୟାନରେ ରଖି ଏହି ଶୋ’କୁ କେବଳ ୫୦ ଜଣ ସଦସ୍ୟଙ୍କ ସହିତ ବାୟୋ ବବଲରେ ସୁଟ୍ କରାଯାଇଥିଲା।

jaya_bachchan

ଏହି ୱେବ୍ ସିରିଜ ପାଇଁ ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଛି। ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଜୟା, ଏଥିପାଇଁ ସୁଟିଂ ଆରମ୍ଭ କରିଦେଇଥିଲେ । ତେବେ ମହାମାରୀ କରୋନାର ଦ୍ୱିତୀୟ ଲହର ଯୋଗୁଁ ସୁଟିଂକୁ ଅଧାରୁ ଅଟକାଇବାକୁ ପଡିଥିଲା। ସଂକ୍ରମଣ କମିବା ପରେ ଏବେ ପୁଣି ଥରେ ୱେବ୍ ସିରିଜର ସୁଟିଂ ଆରମ୍ଭ ହୋଇଛି। ବାୟୋ ବବଲ୍ ଫର୍ମାଟରେ ଏହାର ସୁଟିଂ ଚାଲିଛି। ଏହି ୱେବ୍ ସିରିଜ ଜରିଆରେ ଦୀର୍ଘ ୫ ବର୍ଷ ପରେ ପୁଣି ଜୟା ବଚ୍ଚନଙ୍କୁ ପରଦାରେ ଦେଖିବାକୁ ମିଳିବ। ଶେଷଥର ପାଇଁ ସେ କରିନା କପୁର ଖାନ୍ ଓ ଅର୍ଜୁନ କପୁର ଅଭିନୀତ ଫିଲ୍ମ ‘କି ଆଣ୍ଡ କା’ରେ ନଜର ଆସିଥିଲେ। ଏଥିରେ ସେ ଅମିତାଭ ବଚ୍ଚନଙ୍କ ସହ ଗେଷ୍ଟ ଏପିୟରେନ୍ସ ଦେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.