ସ୍ମାର୍ଟ ସିଟି ଭୁବନେଶ୍ୱରର ସର୍ଭେଲାନ୍ସ ବ୍ୟବସ୍ଥା ସୁଦୃଢ଼ ହେବ, ଆଉ ୧୫୧ଟି ସ୍ଥାନରେ ଲଗାଯିବ ୪୫୦ କ୍ୟାମେରା

କେନ୍ୟୁଜ୍(ବ୍ୟୁରୋ):  ସ୍ମାର୍ଟ ସିଟି ଭୁବନେଶ୍ୱରରେ ପ୍ରତି ମୁହୂର୍ତ୍ତରେ ଘଟୁଥିବା ଟିକିନିଖି ଦୃଶ୍ୟ ଉପରେ ନଜର ରଖିବା ଲାଗି ସିସିଟିଭି ଛାଉଣି କରାଯିବାର ଯୋଜନା କରାଯାଇଛି । ଏହାଦ୍ୱାରା ସହରରେ ସର୍ଭେଲାନ୍ସ ବ୍ୟବସ୍ଥା ସୁଦୃଢ଼ ହେବ । ଅପରାଧୀ ହୁଅନ୍ତୁ କି ଟ୍ରାଫିକ ନିୟମ ଭାଙ୍ଗୁଥିବା ଅମାନିଆ ଆଉ ବର୍ତ୍ତିପାରିବେ ନାହିଁ । ସ୍ମାର୍ଟସିଟି ଲିମିଟେଡ ଓ କମିଶନରେଟ ପୋଲିସ ସମନ୍ଵୟରେ ସିସିଟିଭି ବ୍ୟବସ୍ଥାକୁ ସୁଦୃଢ଼ କରାଯିବ । ଖୁବଶୀଘ୍ର ଆଉ ୨୦୦ଟି କ୍ୟାମେରା ଲାଗିବ । ୧୫୧ଟି ସ୍ଥାନରେ ୪୫୦ କ୍ୟାମେରା ଲଗାଯିବ ।

cctv

ସ୍ମାର୍ଟସିଟି ଲିମିଟେଡ ପକ୍ଷରୁ ୫୯ ଛକରେ ଲାଗିଥିବା ୧୨୦ଟି ସିସିଟିଭିକୁ କମିଶନରେଟ ପୋଲିସକୁ ପରିଚାଳନା କରିବାକୁ କୁହାଯାଇଛି । ସେଠାରେ ପୋଲିସ କର୍ମଚାରୀ ମୁତୟନ କରାଯିବ । ଅପରାଧୀ ଓ ଅମାନିଆଙ୍କୁ ଧରିବା ଲାଗି ପୋଲିସ ଅପଡେଟ୍‌ କରିବ । ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ଛକରେ ଏକାଧିକ ଟିମ୍‌ ରହି ଅନଲାଇନରେ ଚାଲାଣ କଟାଯିବାର ବ୍ୟବସ୍ଥା କରାଯିବ । ଘରେ ପହଞ୍ଚିବା ପୂର୍ବରୁ ଚାଲାଣ ପହଞ୍ଚାଇବା ବ୍ୟବସ୍ଥା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.