Below header

ଚାରି ବର୍ଷର କ୍ରିକେଟ୍‌ ବିସ୍ମୟ ଆହ୍ଵାନ, କହୁଛି ବିରାଟ କୋହଲିଙ୍କ ଭଳି ହେବି

ଗଞ୍ଜାମ/କେନ୍ଦ୍ରାପଡ଼ା(କେନ୍ୟୁଜ୍‌): କମ୍‌ ବୟସରେ ବି ଖେଳୁଛି ବଡ଼ ଲୋକଙ୍କ ଖେଳ । ନାଁ ତାର ଆହ୍ଵାନ ମଲ୍ଲ । ଆଉ ବୟସ ମାତ୍ର ୪ ବର୍ଷ । ଏବେବି ପାଟି ଲାଗୁଛି କଥା କହିଲା ବେଳେ । ହେଲେ ତାର ବ୍ୟାଟ୍‌ରୁ ଆସୁଥିବା ସଟ୍‌କୁ ଦେଖିଲେ କେହି ଭାବିବି ପାରିବେନି ଯେ ଏ ଛୁଆଟି ଏମିତି କମାଲ କରୁଥିବ ବୋଲି । ଆହ୍ଵାନର ଲକ୍ଷ୍ୟ ହେଉଛି ଦିନେ ବିରାଟ କୋହଲି ଭଳି ହୋଇ ବାହାରିବ ।

ଆହ୍ଵାନଙ୍କ ଘର କେନ୍ଦ୍ରାପଡ଼ାରେ । ପ୍ରାଜ୍ଞ ବେଦବ୍ୟାସ ମଲ୍ଲ ଓ ଆଶା ପଟ୍ଟନାୟକଙ୍କ ପୁଅ ସେ । ଏବେ ମାମୁ ଘର ଗଞ୍ଜାମ ଜିଲ୍ଲା କୁଟଲିଙ୍ଗି ରେ ରହି ପାଠ ପଢ଼ା ସହ ଅଭ୍ୟାସ ଜାରି ରଖିଛି । କେତେବେଳେ ଛାତ ଉପରେ ତ କେତେବେଳେ ଷ୍ଟାଡିୟମରେ ଯାଇ ଅଭ୍ୟାସ କରେ । ଘରେ ଥିଲା ବେଳେ ବାପା ଓ ଏବେ ଅଜା ଘରେ ମାମୁଁ ଆକାଶ ପଟ୍ଟନାୟକ ତାକୁ ବୋଲିଂ କରି ପ୍ରାକଟିସ କରାଇଥାନ୍ତି ।

small boy

ଆହ୍ଵାନର ବୟସ ଯେତେବେଳେ ମାତ୍ର ୨୪ ମାସ ହୋଇଥିଲା ସେ କ୍ରିକେଟ୍‌ ଖେଳ ଆରମ୍ଭ କରିଥିଲା । ଟିଭିରେ ଖେଳ ଦେଖି ଖୁବ୍‌ ଉତ୍ସାହିତ ହେଉଥିଲା । ଭାରତର ସବୁ କ୍ରିକେଟର୍‌ଙ୍କ ଭିତରୁ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ବେଶି ପସନ୍ଦ କରେ ଆହ୍ଵାନ । ତାଙ୍କର ଭଳି ଜଣେ ଷ୍ଟାର ଖେଳାଳି ହେବାକୁ ତାର ଲକ୍ଷ୍ୟ । ତେବେ ଏତେ କମ୍‌ ବୟସରେ କ୍ରିକେଟ୍‌ ପ୍ରତି ଭୀଷଣ ଆଗ୍ରହ ଓ ଏଭଳି ଚମତ୍କାର ସଟ୍‌ ସବୁ ଖେଳିବା ପିଲା ବୋଧହୁଏ ବିରଳ । ତେଣୁ ପରିବାରର ସମସ୍ତେ ତାର ଆଗ୍ରହ ଦେଖି ତାକୁ କୋଚିଂ ବି ଦେଉଛନ୍ତି ।

child

କ୍ରିକେଟ୍‌ର ଭଗବାନ କୁହାଯାଉଥିବା ସଚିନ୍‌ ତେନ୍ଦୁଲକରଙ୍କ ପିଲା ବେଳେ ବ୍ୟାଟ୍‌ ଧରିଥିବାର ଏକ ଫଟୋକୁ ଦେଖିଲେ ଲୋକେ ଉତ୍ସାହିତ ହୋଇ ପଡ଼ନ୍ତି । ସେତେବେଳେ କେହି ଭାବିନଥିଲେ କି ସଚିନ୍‌ ଏଭଳି ଜଣେ ମହାନ୍‌ ଖେଳାଳି ହେବେ । ସେମିତି ଆହ୍ଵାନଙ୍କ କ୍ରିକେଟ୍‌ ପ୍ରତି ଭଲ ପାଇବା ଓ ପ୍ରାକ୍ଟିସ୍‌ କରିବାର ନିଶା ଏବଂ ନିଷ୍ଠାକୁ ଦେଖିଲେ ଯେ କେହିବି କହିବ ଇଏ ହେଉଛି ଈଶ୍ୱରଙ୍କ ବରଦାନ । ଏଭଳି ପ୍ରତିଭାକୁ ଉଚିତ ପ୍ରୋତ୍ସାହନ ଏବଂ ତାଲିମ ମିଳିଲେ ଆହ୍ଵାନ ବି ଦିନେ ବନି ପାରିବ ସଚିନ୍‌, ଧୋନି ଅବା କୋହଲିଙ୍କ ଭଳି ପ୍ରସିଦ୍ଧ ଖେଳାଳି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.