ଲୋକଙ୍କୁ ନିଜ ଟ୍ୟାଲେଣ୍ଟରେ ଚକିତ କରୁଛନ୍ତି ୪ ବର୍ଷର ବିଷ୍ମୟ ବାଳକ ଆରୁସ

ବୟସ ମାତ୍ର ଚାରି ବର୍ଷ। କିନ୍ତୁ ଲୋକଙ୍କୁ ନିଜ ଟ୍ୟାଲେଣ୍ଟରେ କରିଛନ୍ତି ଚକିତ ଏହି ବିଷ୍ମୟ ବାଳକ। ହିନ୍ଦୀ, ଓଡିଆ ଓ ଇଂରାଜୀ ଭାଷାରେ ଅନର୍ଗଳ ଗାଉଛନ୍ତି ୨୦ ରୁ ଉର୍ଦ୍ଧ ରାଇମସ। ଖାଲି ଏତିକି ନୁହେଁ ଆହୁରି ବିଭିନ୍ନ ଚମାତ୍କାରିତାରେ ପାରଙ୍ଗମ ଏହି ବିଷ୍ମୟ ବାଳକ। ଗଜପତି ଜିଲ୍ଲା ସଦରମହକୁମାର ପାରଳାଖେମୁଣ୍ଡି ସ୍ଥିତ ଜଙ୍ଗାମ ସାହି ନିବାସୀ ଅଭିଜୀତ ମିଶ୍ର । ପେସାରେ ସେ ଜଣେ ପ୍ରାଣୀ ଚିକିତ୍ସକ ପ୍ରାୟ ୧୦ବର୍ଷ ହେବ ସେ ପାରଳାଖେମୁଣ୍ଡି ନିଜ କର୍ମ ସ୍ଥଳିରେ ରହିଆସୁଛନ୍ତି । ତାଙ୍କ ଧର୍ମପତ୍ନୀ ହେଉଛନ୍ତି ମୋନାଲି ଆଚାରିୟ ଯିଏ କି ଜଣେ ଗୃହିଣୀ। ତେବେ ଏହି ଦୁଇଜଣଙ୍କ ଜୀବନରେ ଖୁସି ଆଣିଛନ୍ତି ଚାରି ବର୍ଷର ପୁଅ ଆରୁସ ମିଶ୍ର । ନିକଟ ଅତିତରେ ସେ ଇଣ୍ଡିଆ ବୁକ୍‌ ଅଫ ରେକଡରେ ସ୍ଥାନ ପାଇଛନ୍ତି ।

ବର୍ତ୍ତମାନ ଏକ୍ସକ୍ଲୁସିଭ ୱାରାଲଡ ରେକର୍ଡ ରେ ମେଡାଲ ପାଇଛନ୍ତି। ବଡ ମାନେ ମଧ୍ୟ ଉଚ୍ଚାରଣ କରିପାରୁ ନଥିବା ସଂସ୍କୃତ ସ୍ଲୋକ କୁହାଯାଉ କି ୨୦ରୁ ଉର୍ଦ୍ଦ ରାଇମସ ହୀନ୍ଦି, ଓଡିଆ ଓ ଇଂରାଜୀ ଭାଷାରେ ଅର୍ନଗଳ ଗାଇପାରନ୍ତି । ୩୦ରୁ ଉର୍ଦ୍ଦ ଦେଶର ରାଷ୍ଟ୍ରପତିଙ୍କ ନାମ, ବିଭିନ୍ନ ଦେଶର ଜାତୀୟ ପ୍ରତୀକ, ଗୋଟିଏ ମିନିଟରେ ୩୦ଟି ବିପରିତ ଶବ୍ଦ କହିପାରନ୍ତି ଆରୁସ ସେହିପରି ୨୦ଟି ପ୍ରାଣୀ ଓ ୧୦ ପକ୍ଷୀ ବିଷୟରେ ସମସ୍ତ ସୂଚନା କହିପାରିବା ସହ ମାନବ ଶରୀର ୨୦ଅଙ୍ଗ, ବିଶ୍ୱର ୧୪ଟି ସ୍ମାରକ ସମେତ କୋଭିଡ୧୯ ଉପରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇପାରନ୍ତି । ଏପରିକି ୪୧ଟି ସାଧାରଣ ଜ୍ଞାନର ଉତ୍ତର ମଧ୍ୟ ଚୁମ୍ବକରେ ଦେଉଛନ୍ତି ଆରୁସ ।

ତେବେ ଏହି ସବୁ ପ୍ରତିଭା ପାଇଁ ଆରୁସଙ୍କ ବାପା ଆରୁସର ମାଁଙ୍କୁ ଶ୍ରେୟ ଦେଇଛନ୍ତି । ଆରୁସର ମାଁ ଆରୁସକୁ ୨ବର୍ଷ ହୋଇଥିବା ବେଳେ ଆରୁସର ଏହିପରି ମନେ ରଖିବା ପ୍ରତିଭା ଦେଖି ପ୍ରତ୍ୟେକ ଦିନ ସକାଳ ଓ ସଂନ୍ଧ୍ୟାରେ ଏକ ଘଣ୍ଟା ପାଠ ପଢାଇ ଆଜି ସଫଳ କରାଇ ପାରିଛନ୍ତି । ସେହିପରି ଆରୁସ ମଧ୍ୟ ଗୌରବ ହାସଲ କରି ଉଭୟ ପିତା ମାତାଙ୍କୁ ଗୌରାବ୍ଯାନ୍‌ୱୀତ କରିଛନ୍ତି । ତେବେ ଆରୁସ ଭବିଷ୍ଯତରେ ଡାକ୍ତର, ପାଇଲଟ କିମ୍ବା ବୈଜ୍ଞାନୀକ ହେବେ ବୋଲି ଲକ୍ଷ ରଖିଛନ୍ତି ବାପା ମାଆ। ତେବେ ଆରୁସଙ୍କ ଏହି ସଫଳତା ଗଜପତି ଜିଲ୍ଲାରେ ନୂଆଁ ହୋଇଥିବା ବେଳେ କେବଳ ନିଜ ପିତା ମାତାଙ୍କ ନିଜ ପରିବାର ନୁହେଁ ସାହିପଡିସା ଜିଲ୍ଲା ଓ ରାଜ୍ଯ ପାଇଁ ମଧ୍ୟ ଗୌରବ ଆଣିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.