ଯାତ୍ରା ବେଳେ ବାନ୍ତି ଲାଗୁଛି କି ? ଆପଣାନ୍ତୁ ଏହି ଘରୋଇ ଟିପ୍ସ, ମିଳିବ ଆରାମ

ବୁଲିବାକୁ କାହାକୁ ଭଲ ନ ଲାଗେ । ହେଲେ କିଛି ଲୋକ ବାନ୍ତି କାରଣରୁ ବୁଲିବାକୁ ଇଚ୍ଛା ଥିଲେ ବି ଯାଇ ପାରନ୍ତି ନାହିଁ । ଏହି ଲୋକମାନଙ୍କର ଗାଡ଼ିରେ ବସିବା ମାତ୍ରେ ବାନ୍ତି ଆରମ୍ଭ ହୋଇଯାଇଥାଏ । ଫଳରେ ଇଚ୍ଛା ଥିଲେ ବି ବୁଲିବାର ସୈାକ ପୂରା କରିପାରନ୍ତି ନାହିଁ । ବାନ୍ତି କାରଣରୁ ସର୍ବଦା ଗାଡ଼ିରେ ଯିବାକୁ ଭୟ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବତାଇବୁ ଯାହାକୁ ଆପଣାଇ ଆପଣ ବାନ୍ତି ଭୟରୁ ମୁକୁଳିପାରିବେ । ଆସନ୍ତୁ ଜାଣିବା କିଛି ଘରୋଇ ଟିପ୍ସ ଯାହା ଆପଣଙ୍କୁ ବାନ୍ତିରୁ ମୁକ୍ତି ଦେଇଥାଏ ।

adrak

ଅଦା : ଅଦାରେ ଏଣ୍ଟିମେଟିକ୍‌ ଗୁଣ ଥାଏ । ଯାହା ବାନ୍ତି ଓ ମୁଣ୍ଡ ବୁଲାଇବା ଭଳି ଅସୁବିଧା ଦୂର କରିଥାଏ । ଯାତ୍ରା ବେଳେ ଅଦାର ଟାବଲେଟ୍‌ କିମ୍ବା ଚା’ ପିଇବା ଦ୍ୱାରା ବାନ୍ତିରୁ ରକ୍ଷା ପାଇପାରିବେ । ତେଣୁ ଯାତ୍ର ବେଳେ ସାଙ୍ଗରେ ଅଦା ନେଇକରି ଯାଆନ୍ତୁ ।

lemon

ଲେମ୍ବୁ : ଲେମ୍ବୁରେ ଥିବା ସାଇଟ୍ରିକ୍‌ ଏସିଡ୍‌ ଯାତ୍ରା ବେଳେ ବାନ୍ତିରୁ ରକ୍ଷା କରିଥାଏ । ୧ କପ୍‌ ଗରମ ପାଣିରେ ୧ ଟି ଲେମ୍ବୁର ରସ ଓ କଳା ଲୁଣ ମିଶାଇ ପିଇବା ଦ୍ୱାରା ବାନ୍ତି ହୋଇ ନଥାଏ । ଆପଣ ଚାହିଁଲେ ଲୁଣ ବଦଳରେ ମହୁ ବ୍ୟବହାର କରିପାରିବେ । ଯାତ୍ରା ବେଳେ ଏପରି ଅସୁବିଧା ଦୂର କରିବାରେ ଏହା ସବୁଠୁ ବଡ଼ ଉପାୟ ।

loung

ଲବଙ୍ଗ : ଯାତ୍ରା ସମୟରେ ଯଦି ବାନ୍ତି ଆସେ ତେବେ ତୁରନ୍ତ ପାଟିରେ ଲବଙ୍ଗ ପକାନ୍ତୁ । ତେବେ ଲବଙ୍ଗକୁ ନ ଚୋବାଇ କେବଳ ପାଟିରେ ରଖି ଚୁଷନ୍ତୁ । ଆପଣଙ୍କୁ ବାନ୍ତି ଲାଗୁଥିଲେ କିଛି ସମୟ ପରେ ତାହା ବନ୍ଦ ହୋଇଯିବ ।

ତୁଳସୀ ପତ୍ର : ଯଦି ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତ୍ରା କରୁଛନ୍ତି ତେବେ ତୁଳସୀ ପତ୍ର ସାଙ୍ଗରେ ନେଇ କରି ଯାଆନ୍ତୁ । ବାନ୍ତି ବନ୍ଦ କରିବାରେ ଏହାଠୁ ଭଲ ଆଉ କିଛି ହୋଇନପାରେ । ତୁଳସୀ ପତ୍ରକୁ ପାଟିରେ ରଖି କରି ଚୁଷିବା ଦ୍ୱାରା ବାନ୍ତି ଆସି ନଥାଏ ।

tulsi-0

ଜୁଆଣି : ବାନ୍ତି ଆସୁଥିଲେ ଜୁଆଣି ପାଟିରେ ପକାଇଲେ ବାନ୍ତି ବନ୍ଦ ହୋଇଥାଏ । ଆହୁରି ଭଲ ହେବ ଯଦି ଆପଣ ଜୁଆଣି ସହ ପୁଦିନା ପତ୍ର ଓ କପୁର ମିଶାଇ ଏହାକୁ ଖରାରେ କିଛି ସମୟ ରଖି ଦିଅନ୍ତୁ । ପରେ ଏହାକୁ ବୋତଲରେ ପୁରାଇ ରଖନ୍ତୁ । ଯେତେବେଳେ ଗାଡ଼ିରେ ଯାତ୍ରା କରୁଛନ୍ତି ଏହାକୁ ପାଟିରେ ପକାଇବା ଦ୍ୱାରା ବାନ୍ତି ହୋଇନଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.