ଓଡ଼ିଶାର ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସମ୍ବୋଧନ କରିବେ ସିଡିଏସ ଜେନେରାଲ ବିପିନ ରାୱତ

ଭୁବନେଶ୍ୱର(କେ ନ୍ୟୁଜ):  ଓଡ଼ିଶାର ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସମ୍ବୋଧନ କରିବେ ସିଡିଏସ ଜେନେରାଲ ବିପିନ ରାୱତ । ଓଡ଼ିଶା ପୋଲିସର ୬୨ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀରେ ଦେବେ ଉଦ୍‌ବୋଧନ । ଡିସେମ୍ବର ୨୭ତାରିଖରୁ ଏହି ସମ୍ମିଳନୀ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୮ ତାରିଖରେ ସିଡିଏସ ଜେନେରାଲ ବିପିନ ରାୱତ ସମ୍ବୋଧନ କରିବେ । ଭର୍ଚୁଆଲ ପ୍ଲାଟଫର୍ମରେ ଅନୁଷ୍ଠିତ ହେବାକୁ ଥିବା

କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ଏସପି, ଡିସିପି, ପୋଲିସ ବାଟାଲିୟନର କମାଣ୍ଡାଣ୍ଟ, ରେଞ୍ଜ ଆଇଜିପି ଓ ବିଭିନ୍ନ ପୋଲିସ ପ୍ରତିଷ୍ଠାନର ବରିଷ୍ଠ ପୋଲିସ ଅଧିକାରୀ ଏଥିରେ ଯୋଗ ଦେବେ । ସମ୍ମିଳନୀ ଉଦଘାଟନୀ ସମାରୋହରେ ସିଙ୍ଗାପୁର ଇଣ୍ଟରପୋଲର ନିର୍ଦ୍ଦେଶକ ଏମଏମ ଓବରାଇ ଉଦ୍‌ବୋଧନ ଦେବେ । ସାଇବର ଅପରାଧ ରୋକ ନେଇ ଉଦବୋଧନ ଦେବେ ଏମଏମ ଓବରାଇ। ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.