Below header

ଗଞ୍ଜାମ: ଭୟାବହ ଅଗ୍ନିକାଣ୍ଡରେ ଖଇରଝୋଳା ଗାଁରେ ଜଳିଗଲା ୧୪ ବଖରା ଘର

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅର୍ନ୍ତଗତ ଖଇରଝୋଳା ଗାଁରେ ଏହି ଅଘଟଣ ଘଟିଛି । ଅଗ୍ନିକାଣ୍ଡରେ ୧୨ଟି ପରିବାରର ୧୪ ବଖରା ଘର ସମ୍ପୁର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଧାନ, ଚାଉଳ, ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି । ସୂଚନା ମୁତାବକ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଜଗନ୍ନାଥପ୍ରସାଦ ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ଅନ୍ୟପଟେ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ପହଞ୍ଚି କ୍ଷତିଗ୍ରସ୍ଥ ପରିବାରଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ଏବେ କେବଳ ପିନ୍ଧାଲୁଗାକୁ ଛାଡିଦେଲେ ବିପନ୍ନଙ୍କ ପାଖରେ ଆଉ କିଛି ସମ୍ବଳ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.