Below header

କେତେ ଆଉ ଠକିବ ଶେଷରେ ବନ୍ଧା, ଫ୍ଲିପକାର୍ଟରୁ ମୋବାଇଲ ଚୋରି କରି ଧରାପଡିଲା ଡେଲିଭରୀ ବୟ

ଆଳି (କେନ୍ୟୁଜ) : ଧରାପଡିଲା ଡେଲିଭରୀ ବୟ। ଅନଲାଇନରେ ଠକେଇ କରି ବନ୍ଧା ହେଲେ ଡେଲିଭରି ବୟ । କେନ୍ଦ୍ରାପଡ଼ା ଆଳିରେ ଦେଖିବାକୁ ମିଳିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଡେଲିଭରି ବୟ ହେଉଛନ୍ତି ସିଙ୍ଗିରି ଗାଁର ଦୀପକ ମଳିକ । ତାଙ୍କଠୁ ପୋଲିସ ୩ଟି ଦାମୀ ମୋବାଇଲ ଓ ୩ଟି ବ୍ଲୁ-ଟୁଥ୍ ଜବତ କରିଛି । ଦୀପକ ଇକମ୍ ଏକ୍ସପ୍ରେସ୍ ନାମକ ଏକ କୋରିଅର ସଂସ୍ଥାରେ ଡେଲିଭରି ବୟ ଭାବେ କାମ କରୁଥିଲେ ।

ଦୀପକ ବିଭିନ୍ନ ସମୟରେ ଫ୍ଲିପକାର୍ଟରୁ ଅଜଣା ଲୋକଙ୍କ ନାଁରେ ଫେକ ଆକାଉଣ୍ଟ ଖୋଲି ନିଜ କୋରିଅର ସଂସ୍ଥାକୁ ମୋବାଇଲ ଓ ମୋବାଇଲ ଉପକରଣ ମଗାଉଥିଲେ । ଏସବୁ ଜିନିଷ ନିଜ କୋରିଅର ସଂସ୍ଥାକୁ ଆସିବା ପରେ ପ୍ୟାକେଟ ଖୋଲି ମୋବାଇଲ ଓ ବିଭିନ୍ନ ଉପକରଣ କାଢି ଦେଇ ସିଲ କରି ପୁନର୍ବାର ଫେରାଇ ଦେଉଥିଲେ ।

ଏଭଳି ଠକେଇ ସମ୍ପର୍କରେ ଜଣାପଡ଼ିବା ପରେ କୋରିଅର ସଂସ୍ଥା ପକ୍ଷରୁ ଆଳି ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ତଦନ୍ତ ପରେ ଡେଲିଭରି ବୟ ଦୀପକ ଠକେଇ କରିଥିବା ଜଣାପଡିଥିଲା । ଆଉ ତାପରେ ପୋଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.