ନୂଆ ବର୍ଷକୁ ସୁଖମୟ କରିବାକୁ ଚାହୁଁଛନ୍ତି? ତା’ ହେଲେ କରନ୍ତୁ କଳା ସୋରିଷର ଏହି ଉପାୟ; ଖୋଲିଯିବ ଭାଗ୍ୟ

ପ୍ରତ୍ୟେକ ଲୋକ ନିଜର ନୂଆ ବର୍ଷକୁ ପୁରୁଣା ବର୍ଷଠାରୁ ଭଲ କରିବାକୁ ଚାହାଁନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଏଥିପାଇଁ ବି ଅନେକ ପ୍ରକାରର ଉପାୟ ଏବଂ ପ୍ରତିକାର ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ଉପାୟଗୁଡ଼ିକ ଦ୍ୱାରା ଜାତକରେ ଗ୍ରହ, ନକ୍ଷତ୍ରମାନଙ୍କ ଖରାପ ସ୍ଥିତିକୁ ଠିକ୍‌ କରାଯାଇ ପାରିବ। ସେଥି ମଧ୍ୟରୁ ବହୁତ ଉପଯୋଗୀ ହେଉଛି କଳା ସୋରିଷର ଉପାୟ। ଆସନ୍ତୁ ଜାଣିବା ଏହା ବିଷୟରେ।

କଳା ସୋରିଷ ଦାନା କେବଳ ଖାଦ୍ୟରେ ବ୍ୟବହାର କରାଯାଏ ନାହିଁ, ବରଂ ଅନେକ ଜ୍ୟୋତିଷ ଉପାୟରେ ମଧ୍ୟ ବ୍ୟବହାର କରାଯାଇଥାଏ। କଳା ସୋରିଷର ଅଦ୍ଭୁତ ଉପାୟ ଖରାପ ନଜରରୁ ରକ୍ଷା କରିବାରେ ଚମତ୍କାରୀ ପ୍ରଭାବ ପକାଇଥାଏ। ଏହି ଉପାୟ ଦ୍ୱାରା ଘରେ ସୁଖ, ଶାନ୍ତି ଓ ସମୃଦ୍ଧିର ଆଗମନ ହୁଏ।

କଳା ସୋରିଷର ଉପାୟ ବିଭିନ୍ନ ଆର୍ଥିକ ସମସ୍ୟାରୁ ମଧ୍ୟ ଛୁଟକାରା ଦେଇଥାଏ। ଏତିକି ନୁହେଁ, ସୋରିଷ ଉପାୟ ଦ୍ୱାରା ଆପଣ ନିଜର ଭାଗ୍ୟକୁ ଚମକାଇ ପାରିବେ। ଆସନ୍ତୁ ଜାଣିବା, କଳା ସୋରିଷର କେଉଁ ସବୁ ଉପାୟକୁ ଆପଣ ନୂଆ ବର୍ଷରେ ଆପଣାଇ ପାରିବେ।

ଯଦି ଆପଣଙ୍କ କାମ ପ୍ରାୟତଃ ବିଗିଡ଼ି ଯାଉଛି କିମ୍ବା କୌଣସି ବାଧା ସୃଷ୍ଟି ହେଉଛି, ତା’ ହେଲେ ଗୁରୁବାର ଦିନ ସୋରିଷ ଦାନାର ଉପାୟ ନିଶ୍ଚୟ ଆପଣାନ୍ତୁ। ଏହି ଉପାୟ କରିବା ଦ୍ୱାରା କାମରେ ଆସୁଥିବା ସମସ୍ତ ବାଧା ଦୂର ହେବା ସହିତ ବିଗିଡ଼ି ଯାଇଥିବା କାମ ବି ପୂରଣ ହୋଇଥାଏ।

ନଜର ନ ଲାଗିବା ପାଇଁ ଆପଣ କଳା ସୋରିଷକୁ ଉପଯୋଗ କରି ପାରିବେ। ଯଦି ଆପଣଙ୍କ ପରିବାରରେ କାହାକୁ ଖରାପ ନଜର ଲାଗିଛି, ତା’ ହେଲେ ସୋରିଷର କିଛି ଦାନାକୁ ୭ଟି ଗୋଟା ନାଲି ଲଙ୍କା ଏବଂ ଲୁଣ ସହିତ ମିଶାନ୍ତୁ। ବର୍ତ୍ତମାନ ଏହି ଜିନିଷଗୁଡ଼ିକୁ ନଜର ଦୋଷ ଲାଗିଥିବା ବ୍ୟକ୍ତିଙ୍କ ମୁଣ୍ଡ ଉପରୁ ୭ ଥର ବୁଲାଇ ଆଣନ୍ତୁ। ପରେ ଏହାକୁ ନିଆଁରେ ଜାଳି ଦିଅନ୍ତୁ। ମନେ ରଖନ୍ତୁ, ଖରାପ ନଜର ହଟାଇବାର ଏ ସମସ୍ତ କାମ ଆପଣଙ୍କୁ ବାମ ହାତରେ କରିବାକୁ ହେବ।

କଳା ସୋରିଷ ଦ୍ୱାରା ଆପଣ ଅନେକ ପ୍ରକାର ବାଧାବିଘ୍ନକୁ ଦୂର କରି ପାରିବେ। ଏହା ଦୁର୍ଭାଗ୍ୟକୁ ସୌଭାଗ୍ୟରେ ବଦଳାଇଥାଏ। ଏଥିପାଇଁ ଏକ ଘଡ଼ିରେ ପାଣି ଭରି ସେଥିରେ କଳା ସୋରିଷ ଦାନ ପକାନ୍ତୁ। ଏବେ ଏହି ପାଣିରେ ଗାଧୋଇ ପଡ଼ନ୍ତୁ। ଏମିତି କରିବା ଦ୍ୱାରା ଦୁର୍ଭାଗ୍ୟ ଦୂର ହୋଇଥାଏ। ଏହା ବ୍ୟତୀତ କଳା ସୋରିଷ ଏବଂ ନାଲି ଲଙ୍କାକୁ ମୁଣ୍ଡ ଉପରୁ ୭ ଥର ବୁଲାଇ ଆଣିବା ଦ୍ୱାରା ସ୍ୱଭାବର ଚିଡ଼ଚିଡ଼ାପଣ ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.