Below header

ଭାରତ ସରକାରଙ୍କ ନୂଆ ନିଷ୍ପତ୍ତି ! ଜାନୁଆରୀରୁ ବନ୍ଦ ହେବ ଓ୍ଵାନ୍‌ ଷ୍ଟାର ଥିବା ଇଲେକ୍ଟ୍ରିକ ଓ୍ଵାଟର ହିଟର

ଶୀତଦିନ ଆରମ୍ଭ ହୋଇଗଲାଣି। ଦିନକୁ ଦିନ ମଣିଷ ନିଜର ଦୈନନ୍ଦିନ ଜୀବନ ଶୈଳୀକୁ ସହଜ ଏବଂ ସରଳ କରିବା ପାଇଁ ସବୁବେଳେ ଚେଷ୍ଟା କରୁଛି । ତେଣୁ ବିଜ୍ଞାନ ଜ୍ଞାନ କୌଶଳରେ ନିର୍ମିତ ବିଦ୍ୟୁତଚାଳିତ ଉପକରଣ ଉପରେ ନିର୍ଭର କରୁଛି। ସେହିପରି ଶୀତ ଦିନରେ ସମସ୍ତେ ଶୀତରୁ ବଞ୍ଚିବା ପାଇଁ କିଛି ନା କିଛି ଯୋଗାଡ଼ କରିଥାଆନ୍ତି । ଏବେ ଶୀତ ଋତୁରେ ସମସ୍ତେ ଗରମପାଣି ବ୍ୟବହାର କରିବା ପାଇଁ ଚାହାଁନ୍ତି, ଏଥିପାଇଁ ସମସ୍ତେ ଓ୍ଵାଟର ହିଟର ବ୍ୟବହାର କରିବା ପାଇଁ ଚାହାଁନ୍ତି । ଶୀତଦିନ ଆରମ୍ଭ ହେବା ମାତ୍ରେ ଇଲେକ୍ଟ୍ରି ଓ୍ଵାଟର ହିଟରର ଚାହିଦା ବଢିଯାଏ।

ଏହାର ଅତ୍ୟଧିକ ବ୍ୟବହାର ଶୀତଦିନେ ହିଁ କରାଯାଏ। ଯଦି ଆପଣ ଗିଜର କିଣିବାକୁ ପ୍ଲାନିଂ କରୁଛନ୍ତି କିମ୍ବା ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ସରକାର ଏକ ନୋଟିଫିକେସନ ଜାରି କରିଛନ୍ତି । ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ୧ ଜାନୁଆରୀ ୨୦୨୩ରୁ ଓ୍ଵାନ୍‌ ଷ୍ଟାର ଥିବା ଇଲେକ୍ଟ୍ରିକ ଓ୍ଵାଟର ହିଟର ଆଇନଗତ ଭାବେ ଗ୍ରହଣ କରାଯିବ ନାହିଁ । ଏହି ନୂଆ ନିୟମ ଜାନୁଆରୀ ୧ ତାରିଖରୁ ଲାଗୁ ହେବାକୁ ଯାଉଛି । ଅର୍ଥାତ୍‌ ୧ ଜାନୁଆରୀ ଗୋଟେ ଷ୍ଟାର ଥିବା ଇଲେକ୍ଟ୍ରିକ ଓ୍ଵାଟର ହିଟର ଆଉ ବିକ୍ରି ହେବ ନାହିଁ ।

ମନ୍ତ୍ରଣାଳୟ ଯେଉଁ ନୋଟିଫିକେସନ ଜାରି କରିଛି, ସେଥିରେ ଏକ ଟେବୁଲ ରହିଛି। ଆଉ ସେହି ଟେବୁଲରେ ଗୋଟେ ଷ୍ଟାର ରେଟିଂ ଥିବା ହିଟରର ଭାଲିଡିଟି ବିଷୟରେ କୁହାଯାଇଛି। ୧ ଜାନୁଆରୀ ୨୦୨୩ରୁ ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଗୋଟେ ଷ୍ଟାର ଥିବା ଇଲେକ୍ଟ୍ରିକ ଓ୍ଵାଟର ହିଟର ଭାଲିଡ ନୁହେଁ ବୋଲି କୁହାଯାଇଛି ।

ନୋଟିଫିକେସନ ମୁତାବକ, ୬ ଲିଟରରୁ ୨୦୦ ଲିଟର ପାଣି କ୍ଷମତା ରଖୁଥିବା ଓ୍ଵାନ୍‌ ଷ୍ଟାର ଇଲେକ୍ଟ୍ରିକ ଓ୍ଵାଟର ହିଟର ଆସନ୍ତାବର୍ଷରୁ ଆଇନଗତ ବୈଧ ନୁହେଁ । ଓ୍ଵାନ୍‌ ଷ୍ଟାର ରେଟିଂ ଡିଭାଇସରେ ଅଧିକ ବିଦ୍ୟୁତ ବିଲ୍‌ ଆସିବା ସହିତ ବଜେଟରେ ମଧ୍ୟ ଗଡବଡ ରହିଥାଏ ।

ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି, ଷ୍ଟୋରେଜ ଟାଇପ ଇଲେକ୍ଟ୍ରିକ ଓ୍ଵାଟର ହିଟର ଏନର୍ଜି ପରଫରମାନ୍ସ ଲେଭଲକୁ ଅପଗ୍ରେଡ କରିବା ପାଇଁ ଜରୁରୀ ହୋଇଥାଏ। ଯଦି ଆପଣ ଓ୍ଵାନ୍‌ ଷ୍ଟାର ଥିବା ଓ୍ଵାଟର ହିଟର ବ୍ୟବହାର କରୁଥାନ୍ତି, ତେବେ ଅଧିକ ଷ୍ଟାର ଥିବା ଓ୍ଵାଟର ହିଟର ବ୍ୟବହାର କରନ୍ତୁ। ଏହା କମ୍‌ ବିଲ୍‌ ଆଣିବା ସହିତ ଜଲଦି ପାଣି ଗରମ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.