ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଦେହାନ୍ତ, ମୃତ୍ୟୁ ବେଳକୁ ୧୦୨ ବର୍ଷ ହୋଇଥିବା ସୂଚନା

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଦେହାନ୍ତ । କଟକ ଏସସିବି ମେଡିକାଲରେ ନିଉ ମେଡ଼ିସିନ ୱାର୍ଡର ଆଇ.ସି.ୟୁରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ସିଟି ସ୍କାନ କରାଯାଇ ଥିବା ବେଳେ ବ୍ରେନରେ ହାମରେଜ ରହିଥିଲା ।

 ଯାଜପୁର (କେନ୍ୟୁଜ୍‌) : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଦେହାନ୍ତ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ମାଟି ବାଲିପଡିଆ ଗାଁର ୧୦୨ ବର୍ଷ ବୟସ୍କ ନୀଳମଣି ୪ ଥର ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି । ବାର୍ଦ୍ଧକ୍ୟଜନିତ ରୋଗରେ ଗୁରୁତର ନୀଳମଣିଙ୍କୁ ପ୍ରଥମେ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖନାରେ ଭର୍ତ୍ତି କରାଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତାଙ୍କୁ ବୁଧବାର କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏସସିବିର ଆଇସିୟୁରେ ଭର୍ତ୍ତି ହୋଇଥିବା ନୀଳମଣିଙ୍କୁ ସ୍ୱତନ୍ତ୍ର ଡାକ୍ତର ଟିମ ଚିକିତ୍ସା କରୁଥିଲେ ।  କଟକ ଏସସିବି ମେଡିକାଲରେ ନିଉ ମେଡ଼ିସିନ ୱାର୍ଡର ଆଇ.ସି.ୟୁରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ସିଟି ସ୍କାନ କରାଯାଇ ଥିବା ବେଳେ ବ୍ରେନରେ ହାମରେଜ ରହିଥିଲା । ବ୍ଲଡ଼ ପ୍ରେସର ଲୋ ଓ ନିମୋନିଆ ମଧ୍ୟ ରହିଛି ବୋଲି ଏସସିବି କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ତାଙ୍କର ଚିକିତ୍ସା ପାଇଁ ନ୍ୟୁରୋ ସର୍ଜରୀ, ନ୍ୟୁରୋଲୋଜି ଏବଂ କାର୍ଡିଓଲୋଜି ବିଭାଗର ବିଶେଷଜ୍ଞମାନଙ୍କୁ ନେଇ ଏକ ଡାକ୍ତରୀ ଟିମ ଗଠନ କରାଯାଇଥିଲା ।  ଚିକିତ୍ସାଧୀନ ଥିବା ବେଳେ ଓଡ଼ିଶା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲ ଚିରଦିନ ପାଇଁ ଆଖିବୁଜି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.