ସାଙ୍ଗ ନା ଯମ, ପ୍ରେମ ବ୍ୟାପାର ପାଇଁ ସାଙ୍ଗକୁ ପିଟି ପିଟି ମାରିଦେଲେ, ଭାଇରଲ ହେଉଛି ଭିଡିଓ

ବଲାଙ୍ଗିର(କେ ନ୍ୟୁଜ): ଜହ୍ଲାଦ ପାଲଟିଲେ ଦୁଇ ସାଙ୍ଗ । ସାଙ୍ଗକୁ ପିଟି ପିଟି ହତ୍ୟା କଲେ । ଏହାପରେ ପେଟ୍ରୋଲ ଢାଳି ପୋଡିଦେଲେ । ପରେ ଏସବୁର ଭିଡିଓ ମଧ୍ୟ କରିଛନ୍ତି ଏହି ଦୁଇ ସାଙ୍ଗ । ଏହି ଛାତିଥରା ଭିଡିଓ ଏବେ ସୋସିଆଲ ମିଡିଆରେ ଘରି ବୁଲୁଛି । ମୃତକ ହେଉଛନ୍ତି ବିଶ୍ୱଦେବ ସାହୁ। ଗତ ୨ଦିନ

ପୂର୍ବରୁ ବିଶ୍ୱଦେବକୁ ତାର ଦୁଇଜଣ ସାଙ୍ଗ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଛପଟକୁ ଡାକି ନେଇ ହତ୍ୟା କରିଥିଲେ । ଏ ଘଟଣାରେ ପୋଲିସ ଦୁୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ପ୍ରେମ ବ୍ୟାପାରରୁ ହତ୍ୟାକାଣ୍ଡ ହୋଇଥିବା ପୋଲିସ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.