Below header

ବିବାହ ପଞ୍ଚମୀ: ବିବାହ ପାଇଁ ଉପୁଜୁଥିବା ବାଧା ଏବଂ ବୈବାହିକ ଜୀବନରେ ମିଳିବ ସୁଖଶାନ୍ତି

ମାର୍ଗଶୀର ମାସ ଶୁକ୍ଲପକ୍ଷର ପଞ୍ଚମୀ ଦିନ ଶାସ୍ତ୍ରରେ ବହୁତ ଶୁଭ ବୋଲି କୁହାଯାଏ। ଏହି ଦିନ ଜଗତର ପାଳନକର୍ତ୍ତା ଶ୍ରୀହରିଙ୍କ ଶ୍ରୀରାମ ସ୍ୱରୂପ ସହିତ ମାତା ସୀତାଙ୍କ ବିବାହ ହୋଇଥିଲା। ପ୍ରତିବର୍ଷ ପଞ୍ଚମୀ ତିଥିକୁ ବିବାହ ପଞ୍ଚମୀ ଭାବେ ପାଳନ କରାଯାଏ। ଚଳିତବର୍ଷ ବିବାହ ପଞ୍ଚମୀ ୮ ଡିସେମ୍ବର ୨୦୨୧ରେ ପଡୁଛି।

ମାନ୍ୟତା ରହିଛି କି, ଏହିଦିନ ଶ୍ରୀରାମ ଏବଂ ମାତା ସୀତାଙ୍କ ବିଧି ମୁତାବକ ପୂଜା କରିବା ଦ୍ୱାରା ବିବାହରେ ଉପୁଜିଥିବା ବାଧା ଦୂର ହୋଇଥାଏ। ଏହାଛଡା ଯଦି ବୈବାହିକ ଜୀବନରେ କିଛି ସମସ୍ୟା ରହିଥାଏ ତେବେ ଏହି ଦିନ ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ। ଆପଣ ଏହି ଦିନର ଏମିତି କିଛି ଉପାୟ କରିବା ଦ୍ୱାରା ବୈବାହିକ ଜୀବନକୁ ସୁଖମୟ କରିପାରିବେ।

ସୁଯୋଗ୍ୟ ଜୀବନସାଥି ପ୍ରାପ୍ତ ପାଇଁ:

ଯଦି ଆପଣ ଅନେକ ଦିନ ଧରି ପରିଶ୍ରମ କରିବା ପରେ ମଧ୍ୟ ସୁଯୋଗ୍ୟ ଜୀବନସାଥି ମିଳୁନାହିଁ, ତେବେ ଆପଣ ବିବାହ ପଞ୍ଚମୀ ଦିନ ବ୍ରତ ରଖି ପ୍ରଭୁ ରାମ ଏବଂ ସୀତାଙ୍କ ପୂଜା କରିବା ଉଚିତ। ବିବାହ ପଞ୍ଚମୀ ଦିନ ରାମ ସୀତାଙ୍କ ବିବାହ କରି ତାଙ୍କ ସମ୍ମୁଖରେ ଯୋଗ୍ୟ ଜୀବନସାଥି ପାଇଁ ପ୍ରାର୍ଥନା କରିବା ଉଚିତ। ଏହାସହିତ ବିବାହ ପାଇଁ ଆସୁଥିବା ସବୁ ବାଧାବିଘ୍ନ ଦୂର ହେବା ପାଇଁ ପ୍ରାର୍ଥନା କରିବା ଉଚିତ। ଏମିତି କରିବା ଦ୍ୱାରା ଶୀଘ୍ର ବିବାହ ଯୋଗ୍ୟ ଜୀବନସାଥି ମିଳିବା ସହିତ ବାଧାବିଘ୍ନ ଦୂର ହୋଇଥାଏ।

ବୈବାହିକ ଜୀବନରୁ ସମସ୍ୟା ଦୂର ପାଇଁ:

ଶ୍ରୀରାମ ଏବଂ ମାତା ସୀତାଙ୍କ ଯୋଡିକୁ ଆଦର୍ଶ ବୋଲି ଧରାଯାଏ। ଯଦି ଆପଣଙ୍କ ବୈବାହିକ ଜୀବନରେ କୌଣସି ପ୍ରକାର ସମସ୍ୟା ରହିଛି, ତେବେ ଶ୍ରୀରାମଚରିତମାସନରେ ଲେଖାହୋଇଥିବା ରାମ ସୀତାଙ୍କ ପ୍ରସଙ୍ଗ ପାଠ କରିବା ଉଚିତ। ଏହା ପରେ ପ୍ରଭୁ ଶ୍ରୀରାମ ସମସ୍ତ ସମସ୍ୟା ଦୂର କରିବା ପାଇଁ ପ୍ରାର୍ଥନା କରନ୍ତୁ। ଏମିତି କରିବା ଦ୍ୱାରା ବୈବାହିକ ଜୀବନରେ ଆସୁଧିବା ସମସ୍ୟା ସମାପ୍ତ ହୋଇଥାଏ। କୁହାଯାଏ କି, ଶ୍ରୀରାମଚରିତମାନସ ବିବାହ ପଞ୍ଚମୀ ଦିନ ହିଁ ସଂପୂର୍ଣ୍ଣ ହୋଇଥିଲା। ତେଣୁ ଏହି ଦିନ ଏହାକୁ ଘରେ ପାଠ କରିବା ଦ୍ୱାରା ନକାରାତ୍ମକ ଶକ୍ତି ଘରୁ ଦୂର ହୁଏ ଏବଂ ସୁଖ ଶାନ୍ତି ଫେରିଆସେ।

marriage
Photo credit: Indiatimes.com

ସନ୍ତାନ ସୁଖ ପାଇଁ:

ଯଦି ଆପଣଙ୍କ ଜୀବନରେ ସନ୍ତାନ ସୁଖ ନାହିଁ, ତେବେ ବିବାହ ପଞ୍ଚମୀର ଦିନ ବହୁତ ଶୁଭ ହୋଇଥାଏ। ରାମ ଓ ସୀତାଙ୍କ ଲବକୁଶଙ୍କ ଭଳି ତେଜସ୍ୱୀ ସନ୍ତାନ ପ୍ରାପ୍ତ ହେବ। ଏହିଦିନ ଆପଣଙ୍କୁ ଶ୍ରୀରାମ ଏବଂ ମାତା ସୀତାଙ୍କ ପୂଜା କରିବା ସମୟରେ ଆପଣ ଶ୍ରୀରାମ ରକ୍ଷା ସ୍ରୋତ ପାଠ କରିବା ଜରୁରୀ। ତେବେ ଆପଣଙ୍କ ମନକାମନା ପୂର୍ଣ୍ଣ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.