ବୋହୁର ଆକ୍ରମଣରେ ଶ୍ବଶୁର ଆହତ, ମେଡ଼ିକାଲରେ ଚାଲିଛି ଚିକିତ୍ସା

ଭଞ୍ଜନଗର(କେ ନ୍ୟୁଜ): ବୋହୁର ଆକ୍ରମଣରେ ଶ୍ବଶୁର ଆହତ । ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ, ପାଣ୍ଡିଆପଥର ଗାଁରେ ଘଟିଛି ଏଭଳି ଘଟଣା । ଆହତ ଶଶୁର ଜଣକ ହେଲେ, ସେହି ଗାଁର ବୃନ୍ଦାବନ ରଣା । ଆହତ ଅବସ୍ଥାରେ ତାଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆସିକା ଥାନା ପୋଲିସ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ତେବେ କୈାଣସି ଘଟଣାକୁ କେନ୍ଦ୍ରକରି, ଉଭୟ ବୋହୁ ଓ ଶଶୁରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରବର୍ତ୍ତୀ ସମୟରେ, ଘରକୁ ଆସିଥିବା ଜଣେ ସଂପର୍କୀୟଙ୍କ ସହଯୋଗରେ, ଏକ ଧାରୁଆ ଅସ୍ତ୍ରରେ ଶଶୁର ବୃନ୍ଦାବନଙ୍କୁ, ଆକ୍ରମଣ କରିଥିଲା ବୋହୁ । ଏନେଇ ଆସିକା ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.