ଆସନ୍ତାକାଲି ସାବିତ୍ରୀ ବ୍ରତ, ବଜାରରେ ଫଳ ଦର ଆକାଶ ଛୁଆଁ

ଆସନ୍ତାକାଲି ସାବିତ୍ରୀ ବ୍ରତ । ଫଳ ଓ ଲୁଗା ଦୋକାନରେ ଜମୁଛି ଭିଡ଼ । ଏହାସହ ବିଭିନ୍ନ କସମେଟିକ୍ସ ଦୋକାନରେ ଭିଡ ଲଗାଉଛନ୍ତି ମହିଳା । ବଜାରରେ ଫଳ ଦର ବି ଆକାଶ ଛୁଆଁ ରହିଛି।

ବଜାର ଭିଡ଼ । ରାତି ପାହିଲେ ସାବିତ୍ରୀ ବ୍ରତ । ଯାଜପୁରରେ ଫଳ ଓ ଲୁଗା ଦୋକାନରେ ଲାଗିଛି ମହିଳାଙ୍କ ଭିଡ଼ । ସାବିତ୍ରୀ ପାଇଁ ମାର୍କେଟରେ ଆମ୍ବ, ପଣସ, ପିଜୁଳି, ସେଓ ଭଳି ବିଭିନ୍ନ କିସମର ଫଳ ଜମା ହୋଇଛି। ଶାଢ଼ୀ ଦୋକାନରେ ମଧ୍ୟ ଭିଡ ଲଗାଉଛନ୍ତି ମହିଳା । ରଙ୍ଗ ବେରଙ୍ଗର ଶାଢ଼ୀ ସହ ବିଭିନ୍ନ ଆକର୍ଷଣୀୟ ଅଫର୍ ରଖିଛନ୍ତି ଦୋକାନୀ ।

ଚଳିତବର୍ଷ ଫଳ ଦର ଅଧିକ ରହିଛି। ଦାମ ଚଢ଼ା ଥିଲେ ବି ଫଳ କିଣୁଛନ୍ତି ଗ୍ରାହକ । ସେପଟେ କସମେଟିକ୍ସ ଦୋକାନରେ ମଧ୍ୟ ମହିଳା ମାନେ ଭିଡ଼ ଜମାଉଛନ୍ତି । ପୂଜା ସାମଗ୍ରୀ ଦୋକାନ ବି ଗହଳିଚହଳି । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତ ରଖିଥାନ୍ତି ମହିଳା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.