ଜେଟ ଏୟାରୱେଜ୍ କର୍ମଚାରୀଙ୍କ ପାଇଁ ଖୁସି ଖବର, ୨ହଜାର କର୍ମୀଙ୍କୁ ମିଳିବ ସ୍ପାଇସଜେଟରେ ଚାକିରୀ

ସିୟୋଲ : ସ୍ପାଇସଜେଟର ମୁଖ୍ୟ ଏୟାରୱେଜ୍ ଯୋଜନା ଦଳ, ପାଇଲଟ ଏବଂ ଅନ୍ୟ ସଦସ୍ୟଙ୍କ ସହ ମୋଟ ୨୦୦୦ କର୍ମଚାରୀଙ୍କୁ ଚାକିରୀ ଦେବାର ଘୋଷଣା କରିଛନ୍ତି । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏବେ ସାଧରଣ ଭାବେ ଜେଟ ଏୟାରୱେଜର ପରିଚାଳନା ଅସ୍ଥାୟୀ ଭାବେ ବନ୍ଦ ରହିଛି। ସେହିପରି ବିମାନ କମ୍ପାନୀ ସ୍ପାଇସଜେଟ ନିଜର ପରିଚାଳନକୁ ବିସ୍ତାର କରିବା ପାଇଁ ଜେଟ ଏୟାରଜେଟର କର୍ମଚାରୀଙ୍କୁ ସୁଯୋଗ ଦେବାରେ ଲାଗିଛି।

spice jet

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଜେଟ ଏୟାରୱେଜ୍ ଦ୍ବାରା ବ୍ୟବହାର ହେଉଥିବା ୨୨ଟି ବିମାନକୁ ନିଜର କରିସାରିଛି ସ୍ପାଇସଜେଟ୍। ଅର୍ଥ ଅଭାବ ସହ ଲଢ଼ୁଥିବା ଜେଟଏୟାରୱେଜ୍ ଅସ୍ଥାୟୀ ଭାବେ ବନ୍ଦ ରହିଛି। ତେବେ ଏନେଇ ସ୍ପାଇସଜେଟର ପରିଚାଳକ କହିଛନ୍ତି, ଆମେ ଉଲ୍ଲେଖନୀୟ ଭାବେ ଜେଟ ଏୟାରୱେଜର କର୍ମଚାରୀଙ୍କୁ ନିଜ ସହ ଯୋଡିଛନ୍ତି। ଏହା ବ୍ୟତୀତ ଆଗକୁ ମଧ୍ୟ ଜେଟ ଏୟାରୱେଜର ଲୋକଙ୍କୁ ଚାକିରୀ ଦେବୁ ବୋଲି ନିର୍ଣ୍ଣୟବ ନେଇଛୁ।

ସ୍ପାଇସଜେଟର ମୁଖ୍ୟଙ୍କ ବୟାନ ଅନୁଯାୟୀ, ବର୍ତ୍ତମାନ ପର‌୍ୟ୍ୟନ୍ତ ଏୟାରୱେଜର ୧୧୦୦ କର୍ମଚାରୀଙ୍କୁ ନିଜ ସହ ଯୋଡା ଯାଇଛି। ଏହି ସଂଖ୍ୟା ଆଗକୁ ବଢ଼ି ୨୦୦୦ ହେବ ବୋଲି କୁହାଯାଇଛି। ଏହି କର୍ମଚାରୀଙ୍କ ମଧ୍ୟରେ ପାଇଲଟ, ଚାଳକ ଏବଂ ସଦସ୍ୟ ଆଦି ସାମିଲ ରହିଛନ୍ତି।