ଖସୁଛି ପାରଦ, ବଢ଼ୁଛି ଜାଡ: ୭.୨ ଡିଗ୍ରୀ ସହ ଗତକାଲି ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଥିଲା ଜି.ଉଦୟଗିରି

ଖସୁଛି ପାରଦ, ବଢ଼ୁଛି ଜାଡ। କମୁଛି ରାତି ତାପମାତ୍ରା । ୭.୨ ଡିଗ୍ରୀ ସହ ଜି. ଉଦୟଗିରି ଗତକାଲି ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଥିଲା। ୧୨ ଡିଗ୍ରୀ ତଳେ ରହିଥିଲା ୯ଟି ସ୍ଥାନର ତାପମାତ୍ରା। ଟ୍ବିନ ସିଟିରେ ବି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା।

କେନ୍ୟୁଜ(ବ୍ୟୁରୋ) : ଖସୁଛି ପାରଦ, ବଢ଼ୁଛି ଜାଡ। କମୁଛି ରାତି ତାପମାତ୍ରା । ୭.୨ ଡିଗ୍ରୀ ସହ ଜି. ଉଦୟଗିରି ଗତକାଲି ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଥିଲା। ୧୨ ଡିଗ୍ରୀ ତଳେ ରହିଥିଲା ୯ଟି ସ୍ଥାନର ତାପମାତ୍ରା। ଟ୍ବିନ ସିଟିରେ ବି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା।

ଆଗାମୀ ୭ଦିନ ଯାଏ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ପାଗ ଶୁଷ୍କ ରହିବା ସହ ଥଣ୍ଡା ଅନୁଭୂତ ହେବ। ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଥିବାରୁ ଶୀତ ଜାରି ରହିବ।

ଆଗାମୀ ଚାରି ପାଞ୍ଚ ଦିନରେ ରାତିର ସ୍ବାଭାବିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ବୋଲି କୁହାଯାଇଛି।

You might also like