ରଥଯାତ୍ରା ପାଇଁ ପୁଣି ଆଶା ଉଜ୍ଜୀବିତ, ଛତିଶା ନିଯୋଗ ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ

ପୁରୀ(କେନ୍ଯୁଜ୍): ରଥଯାତ୍ରା ପାଇଁ ପୁଣି ଆଶା ଉଜ୍ଜୀବିତ ହୋଇଛି । ଛତିଶା ନିଯୋଗ ବୈଠକ ପରେ ଏଭଳି କିିଛି ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ଗଜପତି ମହାରାଜ କହିଛନ୍ତି, ସୁପ୍ରିମ କୋର୍ଟରେ ପିଟିସନ୍‌ ଦାଖଲ ହୋଇଛି । ଏହାର ନିଷ୍ପତ୍ତିକୁ ଅପେକ୍ଷା ରହିଛି । ବିନା ଭକ୍ତରେ ରଥଯାତ୍ରା ଆୟୋଜନ କରାଯାଇ ପାରିବ ବୋଲି ସୁପ୍ରିମକୋର୍ଟଙ୍କୁ ତଥ୍ୟ ଦିଆଯାଉ । ୧୦ ରୁ ୧୨ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁପ୍ରିମ କୋର୍ଟ ରଥଯାତ୍ରା ଆୟୋଜନ ନେଇ ମନା କରିଥିଲେ । କୋଭିଡ୍‌ ନିୟମ ମାନି ରଥଯାତ୍ରା ସମ୍ଭବ ବୋଲି କହିଛନ୍ତି ଗଜପତି ମହାରାଜ ।

ସୁପ୍ରିମ କୋର୍ଟରେ ପୁନଃବିଚାର ପାଇଁ ଆବେଦନ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଦୀର୍ଘ ସାଢେ ୩ ଘଣ୍ଟା ଧରି ଛତିଶା ନିଯୋଗ ବୈଠକରେ ରଥଯାତ୍ରା ସଂପର୍କରେ ଆଲୋଚନା ହୋଇଥିଲା । ମୂଳପୀଠରେ ରଥଯାତ୍ରା କରିବାର ସ୍ୱତନ୍ତ୍ରତା ରହିଛି ବୋଲି ଗଜପତି କହିଛନ୍ତି । ସୋମବାର ସୁପ୍ରିମକୋର୍ଟରେ ବିଚାରର ପରିବର୍ତ୍ତନ ନହେଲେ ନୂତନ ବ୍ୟବସ୍ଥା ପାଇଁ ଆଲୋଚନା ହେବ । ଆଜି ଓ ଆସନ୍ତାକାଲି ଆଲୋଚନା ହେବ । ବିକଳ୍ପ ରଥଯାତ୍ରା ପାଇଁ ଉତ୍ତମ ବ୍ୟବସ୍ଥା ହେବ ବୋଲି ଗଜପତି ମହାରାଜ କହିଛନ୍ତି । ଅନ୍ୟପଟେ ଆଜି ନୀତିକାନ୍ତି ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ବୈଠକ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.