ଦଶମ ଛାତ୍ରଙ୍କ ସୁନ୍ଦର କଳା, କେବଳ କାଗଜରେ ତିଆରି କରିଛନ୍ତି ଗଣେଶ ମୂର୍ତ୍ତି

ବୟସ ମାତ୍ର ୧୫ ବର୍ଷ କିନ୍ତୁ କେବଳ କାଗଜରେ ଗଣେଶ ମୂର୍ତ୍ତି କରି ଲୋକଙ୍କ ମନ କିଣିଛନ୍ତି କଟକର ଅମିତାଭ । ଅମିତାଭଙ୍କ କହିବା ଅନୁସାରେ ସେ ଛୋଟ ବେଳୁ ମାଟିରେ ମୂର୍ତ୍ତି କରୁଥିଲେ କିନ୍ତୁ କିଛି ନୂଆ କରିବାର ଆଶା ଆପଣାଇ କାଗଜରେ ତିଆରି କରିଛନ୍ତି ଗଣେଶ ମୂର୍ତ୍ତି ।

କାଗଜରେ ତିଆରି ହୋଇଛି ଗଣେଶ ମୂର୍ତ୍ତି । ଆପଣମାନେ ତ ମାଟିରେ ତିଆରି ଗଣେଶ ମୂର୍ତ୍ତି ଦେଖିଥିବେ ଏବଂ ପୂଜା ମଧ୍ୟ କରିଥିବେ । କିନ୍ତୁ କେବେ କାଗଜରେ ତିଆରି ଗଣେଶ ମୂର୍ତ୍ତି ଦେଖିଛନ୍ତି କି ? ମୂର୍ତ୍ତିଟି କାଗଜରେ ତିଆରି ହୋଇଛି ଏବଂ ଏହାକୁ ତିଆରି କରିଛନ୍ତି ଜଣେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ର । ଆପଣ ହୁଏତ ଏଭଳି କଥାକୁ ବିଶ୍ୱାସ କରି ପାରୁ ନଥିବେ । ଏତେ ସୁନ୍ଦର ମୂର୍ତ୍ତି ଜଣେ କୁନି ପିଲା ପ୍ରସ୍ତୁତ କରିଛି ।

ନିଜର କଳା ନିପୁଣତାର ପରିଚୟ ଦେଇଛନ୍ତି ଏହି କୁନି ଛାତ୍ର । ବୟସ କମ ହେଲେ ବି ତାଙ୍କ ହାତର ଯାଦୁ ଏହି ମୂର୍ତ୍ତିରେ ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପରିବାରର ସମସ୍ତ ସଦସ୍ୟ ଜଣେ ଜଣେ କଳାକାର l ବୟସ ମାତ୍ର ୧୫ ବର୍ଷ କିନ୍ତୁ କେବଳ କାଗଜରେ ଗଣେଶ ମୂର୍ତ୍ତି କରି ଲୋକଙ୍କ ମନ କିଣିଛନ୍ତି କଟକର ଅମିତାଭ । ଅମିତାଭଙ୍କ କହିବା ଅନୁସାରେ ସେ ଛୋଟ ବେଳୁ ମାଟିରେ ମୂର୍ତ୍ତି କରୁଥିଲେ କିନ୍ତୁ କିଛି ନୂଆ କରିବାର ଆଶା ଆପଣାଇ କାଗଜରେ ତିଆରି କରିଛନ୍ତି ଗଣେଶ ମୂର୍ତ୍ତି । କାଗଜରେ ତିଆରି ଗଣେଶ ମୂର୍ତ୍ତିରେ ରଙ୍ଗ ଦେଇ ଅତି ସୁନ୍ଦର ଭାବରେ ସଜେଇଛନ୍ତି । ତାଙ୍କ କଳାକୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି ତାଙ୍କ ମା ଓ ଆଇ । ଗଣେଶ ମୂର୍ତ୍ତିକୁ କରିବା ପାଇଁ ତାଙ୍କୁ ୬ରୁ ୭ ଦିନ ସମୟ ଲାଗିଛି l ଏବେ ଏଇ କାଗଜରେ ତିଆରି ଶ୍ରୀ ଗଣେଶଙ୍କ ମୂର୍ତ୍ତି କଟକରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

ଶିକ୍ଷାଲାଭ ସହିତ ନିଜର କଳା କୌଶଳତା ପାଇଁ ପରିଶ୍ରମ କରନ୍ତି ଅମିତାଭ । ପାଠ ପଢ଼ିବା ପରେ କଳାରେ ସମୟ ଦିଅନ୍ତି । ଏହି କଳା ତାଙ୍କୁ ଭବିଷ୍ୟତରେ ସ୍ୱତନ୍ତ୍ର ପରିଚୟ ଦେବ ବୋଲି ସେ ଆଶା ରଖିଛନ୍ତି । ମେଧାବୀ ଛାତ୍ର ତଥା କୁନି କାରିଗର ଅମିତାଭ ନିଜ ହାତର ଯାଦୁ ଦେଖାଇ ସମସ୍ତଙ୍କୁ ଆକୃଷ୍ଟ କରୁଛନ୍ତି । ୧୫ ବର୍ଷ ବୟସରେ ଅମିତାବଙ୍କର ପାଠ ପଢା ପ୍ରତି ଯେମିତି ଆଗ୍ରହ,ଠିକ ସେମିତି ଚିତ୍ରକଳା ପ୍ରତିବି ଆଗ୍ରହ ରହିଛି । ବର୍ତ୍ତମାନ ସେ ଦଶମ ଶ୍ରେଣୀରେ ଶିକ୍ଷାଲାଭ କରୁଛନ୍ତି । ଅମିତାଵ ନିଖୁଣ ଭାବରେ ଯେ କୌଣସି ଚିତ୍ର ଆଙ୍କି ଚିତ୍ରକଳା ପ୍ରତି ନିଜର ଆଗ୍ରହ ପ୍ରଦର୍ଶନ କରନ୍ତିି । ଯେକୌଣସି ମହାପୁରୁଷଙ୍କ ଫୋଟୋ ଚିତ୍ର ହେଉ କି ମୂର୍ତ୍ତି କୁ ବାସ୍ତବ ରୂପ ଦେବାକୁ ହେଉ ଅମିତାବ ସବୁ କିଛି ସୁନ୍ଦର ଭାବେ କରି ପାରନ୍ତି । ଯାହା ଦର୍ଶକ ମାନଙ୍କୁ ଖୁବ ଆକର୍ଷଣ କରିଛି ।

ଏତେ କମ ବୟସରୁ ଏଭଳି ସୁନ୍ଦର ଚିତ୍ରକଳା ଓ କାରିଗର ପାଇଁ ଅମିତାଵଙ୍କୁ ବିଭିନ୍ନ ଅନୁଷ୍ଠାନ ଦ୍ବାରା ଉଚ୍ଚ ପ୍ରଶଂସିତ ଆଉ ସମ୍ବର୍ଦ୍ଧିତ କରାଯାଇଛି । ତେବେ ଅମିତାବଙ୍କ ଏଭଳି କଳା ଅନ୍ୟମାନଙ୍କ ପାଇଁ ବର୍ତ୍ତମାନ ଉଦାହରଣ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.