Below header

୩୬ ଘଣ୍ଟା ପରେ ବି ମିଳୁନି ଗ୍ୟାଙ୍ଗଷ୍ଟାର ହାଇଦର ପତ୍ତା, ଗାଏବ ପଛରେ ମଝିଆଁ ପୁଅ ସେକ୍‌ ଆଜାରୁଦ୍ଦିନ୍‌ର ସଂପୃକ୍ତି !

ଭୁବନେଶ୍ବର: କେଉଁଠି ଲୁଚିଛି ଗ୍ୟାଙ୍ଗଷ୍ଟାର ହାଇଦର ? ୩୬ ଘଣ୍ଟା ପରେ ବି ମିଳୁନି ପତ୍ତା । ହାଇଦର ଗାଏବ ପଛରେ ମଝିଆଁ ପୁଅ ସେକ୍‌ ଆଜାରୁଦ୍ଦିନ୍‌ର ସଂପୃକ୍ତି ଥିବା କୁହାଯାଉଛି । ସର୍ଜରୀ ଓ୍ଵାର୍ଡ ବାହାରୁ ଏକ ଧଳା ରଙ୍ଗରେ କାରରେ ହାଇଦରକୁ ଫେରାର କରି ଦିଆଯାଇଛି । ହାଇଦରର ମଝିଆଁ ପୁଅ ତାର ସାଙ୍ଗ ସିସିଟିଭିରେ ଚିହ୍ନଟ ହୋଇଥିବା ସୂଚନା ମିଳିଛି । କମିଶନରେଟ୍‌ ପୋଲିସ ଏହି କାରର ନମ୍ବର ଠାବ କରିବା ସହ ବଡ଼ ମେଡିକାଲର ସିସିଟିଭି ଫୁଟେଜ ଜବତ କରିଛି ।

ହାଇଦର ପାଖକୁ ଏତେ ଲୋକ ଗଲେ କେମିତି, ତାକୁ ନେଇ ପ୍ରଶ୍ନ ଉଠିଛି । ସେହିପରି କଟକ କମିଶନରେଟ୍‌ ପୋଲିସର ଏକ ୮ ଜଣିଆ ଟିମ୍‌ ମଙ୍ଗୁଳି ଚେକ୍‌ଗେଟ୍‌ରେ ପହଞ୍ଚି ସିସିଟିଭିର ହାର୍ଡଡିସ୍କ ଜବତ କରିଛି । ଏକ ଧଳାରଙ୍ଗର କାରରେ ୫ରୁ ୬ ଜଣ ଟୋଲ୍‌ଗେଟ୍‌ ଦେଇ ଯାଇଥିବା ପୋଲିସ ସନ୍ଦେହ କରୁଛି । କାରରେ ପଶ୍ଚିମବଙ୍ଗର ନମ୍ବର ଥିବାରୁ ହାଇଦର ପଶ୍ଚିମବଙ୍ଗ ପଳାଇଥିବା ସନ୍ଦେହ କରୁଛି । ସେହି କାରଟି ପଶ୍ଚିମବଙ୍ଗ ଶିଲିଗୁଡ଼ି ଅଞ୍ଚଳର ଜଣେ ଲୋକଙ୍କ ମାଲିକାନାରେ ରହିଛି । ପଶ୍ଚିମବଙ୍ଗ ପୋଲିସ ସହଯୋଗରେ କାରକୁ ଅଟକ ରଖାଯାଇଥିବା ସୂଚନା ମିଳିଛି ।

ହାଇଦରର ଜଣେ ପୁରୁଣା ସହଯୋଗୀ ହାଇଦରକୁ ଦେଖା କରିବାକୁ ବଡ଼ ମେଡିକାଲ ଆସିଥିଲା । ସିସିଟିଭି ଫୁଟେଜରେ ସେହି ସହଯୋଗୀକୁ ଚିହ୍ନଟ କରାଯାଇଛି । ସେହି ସହଯୋଗୀକୁ ଧରିବାକୁ କଟକ ପୋଲିସର ଏକ ଟିମ୍‌ ପଶ୍ଚିମବଙ୍ଗ ଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ହାଇଦରକୁ ପ୍ରଥମେ ରାଜ୍ୟ ବାହାରକୁ ଓ ପରେ ଦେଶ ବାହାରକୁ ଅର୍ଥାତ୍‌ ନେପାଳ ଫେରାର କରାଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ନେପାଳରେ ବିନା ପାସ୍‌ପୋର୍ଟ ଓ ଭିସାରେ ରହିହେବ । ପୂର୍ବରୁ ମଧ୍ୟ ବହୁ ଅପରାଧୀ ସେଠାରେ ଲୁଚିଥିବା ନଜିର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.