ରାସ୍ତା ପାଇଁ ବାଲେଶ୍ୱର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାସ୍ତା ଅବରୋଧ କଲେ ଶତାଧିକ ଲୋକେ

ବାଲେଶ୍ୱର: ରାସ୍ତା ପାଇଁ ରାସ୍ତାରୋକ୍‌ । ବାଲେଶ୍ୱର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶତାଧିକ ଲୋକେ ରାସ୍ତା ଅବରୋଧ କରିଛନ୍ତି । ବାଲେଶ୍ୱର ବାଘାଯତିନ ସହିଦ ସ୍ମୃତି ପୀଠ ଚଷାଖଣ୍ଡ ରାସ୍ତା ନିର୍ମାଣ ପାଇଁ ଫୁଲାଡି ଠାରେ ରାସ୍ତା ଅବରୋଧ କରାଯାଇଛି ।

ଦୀର୍ଘ ଦିନ ହେବ ରାସ୍ତା କାମ ହୋଇ ନଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି ।ରାସ୍ତା ନିର୍ମାଣ ପାଇଁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ବି କେହି ଶୁଣୁ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.