ଗଞ୍ଜାମ: ଗଞ୍ଜେଇ ବେପାରୀକୁ ବିଶ୍ବସ୍ତ ସହଯୋଗକାରୀ,ଘରେ ବସ୍ତା ବସ୍ତା ଗଞ୍ଜେଇ ରଖିବାକୁ ନେଉଥିଲା ୩୦ ହଜାର ଟଙ୍କା

ଗଞ୍ଜାମ(କେନ୍ୟୁଜ୍): ଘରେ ଗଂଜେଇ ରଖିବା ପାଇଁ ଭଡା ତିରିଶି ହଜାର ଟଙ୍କା। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । କାରଣ ଖୋଦ୍ ପୋଲିସ ଏହି ସୁଚନା ଦେଇଛି l ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖପରା ଗଣ୍ଡା ଗାଁର ସନ୍ତୋଷ ମଲିକଙ୍କ ଘରେ ବିପୁଳ ପରିମାଣରେ ଗଂଜେଇ ଥିବା ପୋଲିସ ସୂଚନା ପାଇଥିଲା l ଏହା ପରେ ଆଇ.ଆଇ.ସି ସବ୍ୟସାଚୀ ମଲିକଙ୍କ ନେତୃତ୍ୱରେ ଏକ ସ୍ପେଷାଲ ଟିମ ଗଠନ କରାଯାଇଥିଲା ଓ ଏହାକୁ ସମ୍ପୂର୍ଣ୍ଣ ଗୋପନ ରଖାଯାଇଥିଲା।

ganja seized

 

ଗତକାଲି ହଠାତ ପୋଲିସ ଗାଁରେ ପହଞ୍ଚି ସନ୍ତୋଷ ଘରେ ଉପରେ ଚଢ଼ାଉ କରିଥିଲା । ଘଟଣା ସ୍ଥଳରୁ ବସ୍ତା ବସ୍ତା ଗଞ୍ଜେଇ ଧରିବା ସହ ବସ୍ତା ପେକିଙ୍ଗ କରିବା ମେସିନ ଜବତ କରିଥିଲେ l ତହସିଲଦାର ତଥା ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ବସ୍ତା ସବୁକୁ ଓଜନ କରାଯାଇଥିଲା । ବସ୍ତାରେ  ୩୧୫୭ କେଜି ଗଂଜେଇ ଥିବାର ଜଣାଯାଇଥିଲା। ଏହାକୁ ଜବତ କରିବା ସହ ସନ୍ତୋଷକୁ କୋର୍ଟ ଚାଲାଣ କରାଯାଇଛି। ଜବତ ଗଞ୍ଜେଇର  ମୂଲ୍ୟ ଦୁଇ କୋଟି ଟଙ୍କା ହେବ ବୋଲି ପୋଲିସ କହିଛି।

 ଆସିକା SDPO ଉମାକାନ୍ତ ସିଂ  ଗଂଜେଇ ଜବତ ସମ୍ପର୍କରେ ସୂଚନା ଦେବା ସହ ସନ୍ତୋଷ ଘର ଭଡା ବାବଦରେ ତିରିଶି ହଜାର ଟଙ୍କା ପାଉଥିବା ମଧ୍ୟ କହିଛନ୍ତି।  ତେବେ ଏତେ ପରିମାଣରେ ଗଂଜେଇ କେଉଁଠୁ ଆସିଥିଲା ଓ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଖୋଳତାଡ଼ ଚାଲିଛି ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.