ଗଜପତି :ପନ୍ଦର ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ମୋହନା (କେନ୍ୟୁଜ୍): ଗଜପତି ଜ଼ିଲ୍ଲା ରାମଗିରି ପୋଲିସ ଏକ ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିବା ଜଣେ ବ୍ୟକ୍ତିକୁ ଗିରଫ କରିଛି। ଗିରଫ ଜଣକ ହେଲେ ତବାରସିଂ ଗ୍ରାମର ରମେଶ ଗୌଡ଼, ୨୦୦୬ ମସିହାରେ ତବାରସିଂ ଗ୍ରାମରେ ସଂଗଠିତ ରବୀନ୍ଦ୍ର ବେହେର୍ଦ୍ଦଳାଇ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ସେ ଅନ୍ୟତମ ମୁଖ୍ୟଅଭିଯୁକ୍ତ ଥିଲେ l

ପୂର୍ବରୁ ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ  ରମେଶ ଫେରାର ଥିଲା l ରାମଗିରିରେ ଆୟୋଜିତ ଏକ ଭୋଜିରେ ଯୋଗଦେବାପାଇଁ ରମେଶ ଆସିଥିବା ବେଳେ ପୋଲିସ ତାକୁ ଗିରଫ କରିଛି l ଏନେଇ ରାମଗିରି ଥାନା ଭାରପ୍ରାପ୍ତ ଅଧିକାରୀ ବିକାଶ ସେଠି ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.