କୋଡିଏ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଗଛ ଜବତ

ନୟାଗଡ଼(କେନ୍ୟୁଜ୍) : ଗଞ୍ଜେଇ ଗଛ ଜବତ। ନୟାଗଡ଼ ଗଣିଆ ବ୍ଲକ ବଡ଼ ସିଲିଙ୍ଗ ପଂଚାୟତର ସାନପେରି, ବଡ଼ପାଯୁ ଅଂଚଳରେ ଚଢାଉ କରି ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ପ୍ରାୟ ଦୁଇ ଏକର ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛଗୁଡିକୁ ଓପାଡି ପୋଡ଼ି ଦିଆଯାଇଛି। ଏସ୍‌ପିଙ୍କ ନିର୍ଦ୍ଦେଶ ଅନୁସାରେ ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ସହ, ୫୦ରୁ ଅଧିକ ପୋଲିସ ଏହି ଚଢାଉରେ ସାମିଲ ହୋଇଥିଲେ। ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ପାଖାପାଖି କୋଡିଏ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ପୋଲିସ କହିଛି। ଦଶପଲ୍ଲା ତହସିଲଦାରଙ୍କ ସହ ଅବକାରୀ ବିଭାଗର ଅଫିସର ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.