ଦେଢ଼ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ଗଂଜେଇ ସହ ୨ ଟି ଦେଶୀ ବନ୍ଧୁକ ଜବତ

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବାଲିଗୁଡା ପୋଲିସର ପେଟ୍ରୋଲିଙ୍ଗ ବେଳେ ଦେଢ଼ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ଗଂଜେଇ ସହ ୨ ଟି ଦେଶୀ ବନ୍ଧୁକ ଜବତ କରିଛି ବାଲିଗୁଡା ପୋଲିସ l

ବାଲିଗୁଡା : ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବାଲିଗୁଡା ପୋଲିସର ପେଟ୍ରୋଲିଙ୍ଗ ବେଳେ ଦେଢ଼ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ଗଂଜେଇ ସହ ୨ ଟି ଦେଶୀ ବନ୍ଧୁକ ଜବତ କରିଛି ବାଲିଗୁଡା ପୋଲିସ l ବାଲିଗୁଡା ଥାନା ଅଂଚଳରେ ପୋଲିସର ପେଟ୍ରୋଲିଙ୍ଗ ବେଳେ ମୁସୁକୁଲି ଗାଁ ନିକଟରେ ଥିବା ଜଙ୍ଗଲରେ ଗଂଜେଇ ଭର୍ତ୍ତି ବ୍ୟାଗ ଦେଖି ପୋଲିସକୁ ସନ୍ଦେହ ହୋଇଥିଲା  l

ବାଲିଗୁଡା ଏସ.ଡ଼ି.ପି.ଓ ରାହୁଲ ଗୋଏଲଙ୍କ ନେତୃତ୍ୱରେ ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ମିଳିତ ଟିମ ମୁସୁକୁଲି ଜଙ୍ଗଲରେ ଚଢ଼ାଉ କରିଥିଲା l ଚଢ଼ାଉ ସମୟରେ ଘଟଣା ସ୍ଥଳରୁ ଚାରି ଜଣ ଗଂଜେଇ ମାଫିଆ ଫେରାର ହୋଇଥିବା ବେଳେ ଜଙ୍ଗଲରୁ ୧୫ କୁଇଣ୍ଟାଲ ଗଂଜେଇ ସହ ୨ଟି ଦେଶୀ ବନ୍ଧୁକ ଜବତ କରିଛି ବାଲିଗୁଡା ପୋଲିସ  l

ତେବେ ଜଙ୍ଗଲ ମଧ୍ୟରେ ଗଂଜେଇ ଭର୍ତ୍ତି  ବ୍ୟାଗ ଏକତ୍ରିତ କରି ବାହାରକୁ ଗଂଜେଇ ଚାଲାଣ ପାଇଁ ଯୋଜନା କରୁଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି  l ତେବେ ଏହି ବିପୁଳ ପରିମାଣର ଗଂଜେଇ ଚୋରା ଚାଲାଣ ରାକେଟରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ଅଧିକ ଖୋଳତାଡ଼ ଜାରୀ ରହିଥିବା ବାଲିଗୁଡା ଏସଡ଼ିପିଓ ରାହୁଲ ଗୋଏଲ ସୂଚନା ଦେଇଛନ୍ତି l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.