Below header

ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଜୋରଦାର: ଏକ ମାସ ଧରି ଚାଲିବ “ଚୁନାଓ ପାଠଶାଳା”କାର୍ଯ୍ୟକ୍ରମ

ଗଞ୍ଜାମ (କେନ୍ୟୁଜ୍) : ସାଧାରଣ ନିର୍ବାଚନକୁ ସୂଚାରୁ ରୁପେ ଶେଷ କରିବା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି କାର‌୍ୟ୍ୟକ୍ରମରେ ଗତ କିଛି ଦିନ ହେଲା ଭିଭିପ୍ୟାଟ ମେସିନ ଓ ଇଭିଏମ ପରିଚାଳନା ନେଇ ଏକ ସଚେତନତା ଗାଡ଼ି ବିଭିନ୍ନ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନତା କରୁଛି ।ତେବେ ଜିଲ୍ଲାରେ ଭୋଟର ତାଲିକାର ଚୁଡାନ୍ତ ତାଲିକା ପ୍ରକାଶ ପାଇଛି । ଏହି ତାଲିକା ସସସ୍ତ ବ୍ଲକ କାର‌୍ୟ୍ୟାଳୟରେ ରଖାଯାଇଛି ।

ganjam

ଯେଉଁ ବ୍ୟକ୍ତି ଭୋଟର ତାଲିକାରୁ ବାଦ ହୋଇଛି କିମ୍ୱା କୌଣସି ଭୁଲ ରହିଛି ସେ ନେଇ ସିଧାସଳଖ ଆବେଦନ କରିପାରିବେ ଓ ଉପ- ଜିଲ୍ଲାପାଳଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ସାମିଲ ହୋଇପାରିବେ । ଏହି ତାଲିକା ସମସ୍ତ ରାଜନୈତିକ ଦଳକୁ ଗୋଟିଏ କପି ମୁକ୍ତଭାବେ ପ୍ରଦାନ କରାଯାଉଛି । ଆଜିଠାରୁ ୩୧୧ଜଣଙ୍କୁ ନିର୍ବାଚନ ସମ୍ପର୍କୀୟ ତାଲିମ ଆରମ୍ଭ ହୋଇଛି । ପ୍ରତ୍ୟେକ ନିର୍ବାଚନମଣ୍ଡଳୀର ସେକ୍ଟର ଅଫିସର ମାନଙ୍କୁ ତାଲିମ ଦିଆଯାଉଛି ।

ganjam 3

ଜିଲ୍ଲାରେ୨୪ ହଜାର ପୋଲିଂ ଅଫିସରଙ୍କୁ ଚିହ୍ନଟ କରାଯାଇଛି । ଗତ ନିର୍ବାଚନରେ ୨୮୩୩ ବୁଥ୍ ଥିବା ବେଳେ ଚଳିତ ଥର ବଢାଇ ଏହାକୁ ୩୦୬୩ ବୁଥ୍ କରାଯାଇଛି । ୧୦ରୁ ୧୨ବୁଥକୁ ନେଇ ଗୋଟିଏ ସେକ୍ଟର କରାଯାଇଛି । ନିର୍ବାଚନର ୭ ଦିନ ପୂର୍ବରୁ ଏମାନଙ୍କୁ ମାଜିଷ୍ଟ୍ରେଟ୍ ପାୱର ଦିଆଯିବା ନେଇ ଆଜି ଜିଲ୍ଲା ସଦରମହାକୁମା ଛତ୍ରପୁରଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ganjam 4

ଚଳିତ ନିର୍ବାଚନରେ ଏକ ନିଆରା କାର‌୍ୟ୍ୟକ୍ରମ ହାତକୁ ନେଇଛି ଜିଲ୍ଲା ପ୍ରଶାସନ । ପ୍ରତ୍ୟେକ ବୁଥରେ “ଚୁନାଓ ପାଠଶାଳା”ନାମକ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ । ନିର୍ବାଚନ ପୂର୍ବରୁ ଅଙ୍ଗନୱାଡି କର୍ମୀ , ବିଏଲଓ ଓ ସାଧାରଣ ଲୋକଙ୍କୁ ନେଇ ଭୋଟର ମାନଙ୍କୁ ସରକାର ଗଠନରେ ସଚେତନତା ସହ ମତଦାନ ସମ୍ପର୍କରେ ସଚେତନତା ଓ ମତାମତ ସଂଗ୍ରହ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.