Below header

ପରକୀୟା ପ୍ରୀତି ଥିବା ସନ୍ଦେହ କରି ସ୍ୱାମୀର ଗୁପ୍ତାଙ୍ଗ କାଟିଲା ସ୍ତ୍ରୀ

ନବରଙ୍ଗପୁର (କେନ୍ୟୁଜ୍) : ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଳକ ଉଦୟପୁର ଗାଁରେ ଅଭାବନୀୟ ଘଟଣା । ପରକୀୟା ପ୍ରୀତି ଥିବା ସନ୍ଦେହ କରି ସ୍ୱାମୀର ଗୁପ୍ତାଙ୍ଗ କାଟିଲା ସ୍ତ୍ରୀ । ଅଭିଯୁକ୍ତ ସ୍ତ୍ରୀକୁ ତେନ୍ତୁଳିଖୁଣ୍ଟି ପୋଲିସ ଅଟକ ରଖିଥିବା ବେଳେ ଗୁରୁତର ସ୍ୱାମୀକୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଉଦୟପୁର ଗାଁର ସଦାଶିବ ହରିଜନ ତାମିଲନାଡୁରେ କାମ କରୁଥିଲେ ।

ଗତ ୩ମାସ ପୂର୍ବରୁ ଗାଁକୁ ଫେରି ସ୍ତ୍ରୀ ଗଙ୍ଗେଇ ଓ ଦେଢ ମାସର ଝିଅ ସହ ରହୁଥିଲେ । ସ୍ୱାମୀଙ୍କର ଅନ୍ୟ କାହାସହ ସମ୍ପର୍କ ଥିବା ସନ୍ଦେହ କରି ପତିପତ୍ନୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହେଉଥିଲା। ଗତ ରବିବାର ରାତିରେ ସଦାଶିବ ଶୋଇଥିବା ବେଳେ ହାତଗୋଡ ବାନ୍ଧି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗୁପ୍ତାଙ୍ଗ କାଟି ଦେଇଛନ୍ତି ସ୍ତ୍ରୀ ଗଙ୍ଗେଇ । ପରେ ଗ୍ରାମବାସୀ ସଦାଶିବଙ୍କ ଚିତ୍କାର ଶୁଣି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.