Below header

ଗଞ୍ଜାମ ଜିଲ୍ଲାରେ ବିଜେଡି ପଡ଼ିଲା ଭାରୀ, ତଥାପି ଶତପ୍ରତିଶତ ନୁହେଁ

ବ୍ରହ୍ମପୁର (କେନ୍ୟୁଜ୍‌) : ଗଞ୍ଜାମ ଜିଲ୍ଲାରେ ପୂରା ଦମ୍‌ରେ ଜିତିଛି ବିଜୁ ଜନତା ଦଳ । ଗୋପାଳପୁର ଏନ୍ଏସିରେ ବିଜେଡି ଅଧ୍ଯକ୍ଷ ପ୍ରାର୍ଥୀ ଏ ଜାନକୀ ରାମା ବିଜୟୀ ହୋଇତିବା ବେଳେ ସୋରଡା ଏନ୍ଏସିରେ ବିଜେଡି ଅଧ୍ଯକ୍ଷ ପ୍ରାର୍ଥୀ ଶିବ ଶଙ୍କର ପଣ୍ଡା ୨୯୧ ଖଣ୍ଡ ଭୋଟ୍‌୍‌ରେ ଜିତିଛନ୍ତି । ସେହିପରି ଗଞ୍ଜାମ ଏନ୍ଏସିରେ ସ୍ବାଧୀନ ଅଧ୍ଯକ୍ଷା ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିବା ପ୍ରତିଭା ପାଢୀ ବିଜୟୀ ହୋଇଛନ୍ତି । ଚିକିଟି ଏନ୍ଏସିରେ ବିଜେଡି ଅଧ୍ଯକ୍ଷା ପ୍ରାର୍ଥୀ ଦୀପା ସାହୁ ୫୮୨୭ ଭୋଟ୍‌୍‌ରେ ବିଜୟଲାଭ କରିଛନ୍ତି।

ଦିଗପହଣ୍ଡି ଏନ୍ଏସିରେ କଂଗ୍ରେସ ଅଧ୍ଯକ୍ଷ ପ୍ରାର୍ଥୀ ପ୍ରଫୁଲ୍ଲ ପଣ୍ଡା ୧୪୬୨ ଭୋଟ୍‌୍‌ରେ ବିଜୟୀ ହୋଇଥିବା ବେଳେ ବେଲଗୁଣ୍ଠା ଏନ୍ଏ ସିରେ ବିଜେଡି ଅଧ୍ଯକ୍ଷ ପ୍ରାର୍ଥୀ ଫିରୋଜ କୁମାର ସେଠୀ ଜିତିଛନ୍ତି । ବୁଗୁଡ଼ା ଏନ୍ଏସିରେ ବିଜେଡି ଅଧକ୍ଷ ପ୍ରାର୍ଥୀ ଚିତ୍ରସେନ ପ୍ରଧାନ ୪ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ବିଜୟଲାଭ କରିଛନ୍ତି l କୋଦଳା ଏନ୍ଏସିରେ ବିଜେପି ଅଧ୍ଯକ୍ଷ ପ୍ରାର୍ଥୀ ସୂର୍ଯ୍ଯ ନାରାୟଣ ନାୟକ ଏବଂ ଗୁରୁତ୍ୱପୂର୍ଣ୍ଣ ଭଞ୍ଜନଗର ଏନ୍ଏସିରେ ୧୩ଟି କାଉନସିଲର ସହ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଗୋପବନ୍ଧୁ ମହାପାତ୍ର ୫ ହଜାରରୁ ଅଧିକ ଭୋଟ୍‌୍‌ରେ ବିଜୟୀ ହୋଇଛନ୍ତି ।

ପୋଲସରା ଏନ୍ଏସିରେ ବିଜେଡିର ସଙ୍ଗୀତ ବେହେରା ପୋଲସରା ଚେୟାରମ୍ୟାନ୍‌ ଭାବେ ନିର୍ବାଚିତ ହୋଇଛନ୍ତି । ସେ ୬୪୮୧ ଖଣ୍ଡ ଭୋଟ୍‌୍‌ରେ ବିଜୟ ଲାଭ କରିଛନ୍ତି । ଛତ୍ରପୁର ଏନ୍ଏସିରେ ବିଜେପି ଅଧ୍ଯକ୍ଷା ପ୍ରାର୍ଥୀ ଶର୍ମିଷ୍ଠା ପ୍ରଧାନ ୭୮୪ ଭୋଟ୍‌୍‌ରେ ବିଜୟୀ ହୋଇଥିବା ବେଳେ ରମ୍ଭା ଏନ୍ଏସିରେ ବିଜେପି ପ୍ରାର୍ଥୀ ମାନସୀ ସ୍ବାଇଁ ବିଜୟୀ ହୋଇଛନ୍ତି । ଆସିକା ଏନ୍ଏସିରେ ବିଜେଡି ପ୍ରାର୍ଥୀ ବନିତା ସ୍ବାଇଁ ୬୫୮୧ ଭୋଟ୍‌୍‌ରେ ବିଜୟୀ ହୋଇଥିବା ବେଳେ ହିଞ୍ଜିଳିକାଟୁ ପୌରପାଳିକାରେ ମଧ୍ୟ ବିଜେଡି ପ୍ରାର୍ଥୀଙ୍କ ଜିତାପଟ୍‌ ହୋଇଛି । ବିଜେଡିର ସୁବାସ ଚନ୍ଦ୍ର ପଲ୍ଲାଇ ୧୬୩୪ ଭୋଟ୍‌୍‌ରେ ବିଜୟ ହାସଲ କରିଛନ୍ତି । ଖଲ୍ଲିକୋଟ ଏନ୍ଏସିରେ ବିଜେଡି ଅଧ୍ଯକ୍ଷା ପ୍ରାର୍ଥୀ ନିରଞ୍ଜନ ବେହେରା ୧୮୭୬ ଭୋଟ୍‌୍‌ରେ ବିଜୟୀ ହୋଇଛନ୍ତି । ସେହିପରି ପୁରୁଷୋତ୍ତମପୁର ଏନ୍ଏସିରେ ସ୍ବାଧୀନ ଅଧ୍ଯକ୍ଷା ପ୍ରାର୍ଥୀ ପ୍ରିୟଙ୍କା ଗୌଡ ୨୦୦ରୁ ଊର୍ଦ୍ଧ୍ୱ ଭୋଟ୍‌୍‌ରେ ବିଜୟ ହାସଲ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.