ବିଜେଡ଼ିକୁ ବିପୁଳ ଜନସମର୍ଥନ ମିଳିଛି , ଆସନ୍ତୁ ସମସ୍ତେ ସାମିଲ ହୋଇ ଲୋକଙ୍କ ଉନ୍ନତି ପାଇଁ ଆଗକୁ ବଢିବା: ନବୀନ

ଭୁବନେଶ୍ୱର (କେନ୍ୟୁଜ): ପୌର ନିର୍ବାଚନରେ ବିଜେଡ଼ିକୁ ବିପୁଳ ଜନସମର୍ଥନ ମିଳିଛି । ରାଜ୍ୟର ୯୦ ପ୍ରତିଶତରୁ ଅଧିକ ପୌରାଞ୍ଚଳରେ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିଛି । ୧୦୮ଟି ପୌରାଞ୍ଚଳରୁ ୭୬ଟି ପୌରାଞ୍ଚଳରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିପୁଳ ପରିମାଣରେ ବିଜୟ ନେଇ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଟ୍ୱିଟ୍ କରି ନବୀନ କହିଛନ୍ତି ଯେ, ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଅଗଣିତ କର୍ମୀଙ୍କ ସମର୍ପିତ ଉଦ୍ୟମ ବଳରେ ସମ୍ଭବ ହୋଇଛି । ୱାର୍ଡସ୍ତରରୁ ଲୋକଙ୍କ ଭଲପାଇବା ତୃଣମୂଳସ୍ତରରେ ବିଜେଡିର ଲୋକପ୍ରିୟତାକୁ ପ୍ରମାଣିତ କରୁଛି। ତେଣୁ ଆସନ୍ତୁ, ସମସ୍ତେ ରାଜ୍ୟର ବିକାଶଧାରାରେ ସାମିଲ ହୋଇ ଲୋକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ଏକ ହୋଇ ଆଗକୁ ବଢିବା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.