ପୌର ନିର୍ବାଚନରେ ନିର୍ବାଚିତ ଜନପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

(କେନ୍ୟୁଜ): ପୌର ନିର୍ବାଚନରେ ନିର୍ବାଚିତ ଜନପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହିତ ଗଣତନ୍ତ୍ରରେ ନିର୍ବାଚନ ଆମକୁ ନିଜ ଅଧିକାର ସାବ୍ୟସ୍ତ କରିବାକୁ ସୁଯୋଗ ଦେବା ସହ ଏକ ସୁସ୍ଥ ସମାଜ ଗଠନ କରିଥାଏ । ପୌର ନିର୍ବାଚନରେ ଆମ ଦଳର କାର୍ଯ୍ୟକର୍ତ୍ତାମାନେ ଅକ୍ଳାନ୍ତ ପରିଶ୍ରମ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।
ରାଜ୍ୟରେ ଅନୁଷ୍ଠିତ ପୌର ନିର୍ବାଚନ ଜନାଦେଶକୁ ସମ୍ମାନ ଜଣାଇବା ସହ ଆମ ଦଳର ନିର୍ବାଚିତ ହୋଇଥିବା ଜନପ୍ରତିନିଧି ମାନଙ୍କୁ ଶୁଭେଚ୍ଛା ଜଣାଉଛି । @BJP4Odisha କୁ ସମର୍ଥନ କରିଥିବା ରାଜ୍ୟର ମତଦାତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି ।
— Dharmendra Pradhan (@dpradhanbjp) March 26, 2022
ଖାଲି ସେତିକି ନୁହେଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଗଣତନ୍ତ୍ରରେ ନିର୍ବାଚନ ଆମକୁ ନିଜ ଅଧିକାର ସାବ୍ୟସ୍ତ କରିବାକୁ ସୁଯୋଗ ଦେବା ସହ ଏକ ସୁସ୍ଥ ସମାଜ ଗଠନ କରିଥାଏ । “ସବକା ସାଥ-ସବକା ବିକାଶ” ହେଉଛି ମୋଦି ସରକାରଙ୍କ ମୂଳ ମନ୍ତ୍ର । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ମୋଦି ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟ ମାଧ୍ୟମରେ ଜନସାଧାରଣଙ୍କ ଆସ୍ଥା ଭାଜନ ହେବା ପାଇଁ ଚେଷ୍ଟା କରିବୁ । ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ଆମ କାର୍ଯ୍ୟକର୍ତାଙ୍କ ପ୍ରୟାସ ଜାରୀ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ।