ଆଉ ୬ ମାସ ବଢ଼ିଲା ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ମିଳିବ ମଗଣା ଚାଉଳ ଓ ଗହମ

ନୂଆଦିଲ୍ଲୀ : ଏଇ ମହଙ୍ଗା ସମୟରେ କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଆଉ ଛଅ ମାସ ଯାଏ ଲୋକଙ୍କୁ ମାଗଣା ରାସନ୍‌ ଦେବାକୁ ଘୋଷଣା କରିଛନ୍ତି ।
ଗତକାଲି ଉତ୍ତର ପ୍ରଦେଶରେ ଯୋଗୀ ସରକାର ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି । ଏହାର ଗୋଟିଏ ଦିନ ପରେ ଆଜି କ୍ୟାବିନେଟ୍‌ ବୈଠକରେ ମାଗଣା ରାସନ୍‌ ଦେବାର ଅବଧି ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବ ନିଷ୍ପତ୍ତି ଅନୁସାରେ ଚଳିତ ମାର୍ଚ୍ଚ ମାସରେ ହିଁ ଏହି ଯୋଜନା ଶେଷ ହୋଇଥାନ୍ତା ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଗରିବ ଲୋକଙ୍କୁ ମାଗଣାରେ ୫ କିଲୋ ଚାଉଳ କିମ୍ବା ଗହମ ମିଳିବ । ଏଥିରେ ୮୧ କୋଟି ଲାଭବାନ ହେଉଛନ୍ତି । ୧୯.୪ କୋଟି ପରିବାରକୁ ପ୍ରତି ମାସ ୧ କିଲୋ ଡାଲି ପ୍ରଦାନ କରାଯାଉଛି । ୨୦ କୋଟି ଜନଧନ ଖାତାଧାରୀଙ୍କୁ ଅର୍ଥରାଶି ଦେଉଛନ୍ତି କେନ୍ଦ୍ର ସରକାର । ଏଥିରେ ପ୍ରାୟ ୩ କୋଟି ବରିଷ୍ଠ ନାଗରିକ, ବିଧବା ଓ ଦିବ୍ୟାଙ୍ଗ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.