ବନ୍ୟା ପ୍ରପୀଡିତଙ୍କୁ ସହାୟତା ପାଇଁ ଆଗେଇ ଆସିଲା ଗଞ୍ଜାମ, ୟସ ପ୍ରଭାବିତ ଜିଲ୍ଲା ପାଇଁ ପଠାଇଲା ରିଲିଫ ସାମଗ୍ରୀ

କେନ୍ୟୁଜ୍(ବ୍ୟୁରୋ):  ବନ୍ୟା ପ୍ରପୀଡିତଙ୍କୁ ସହାୟତା ପାଇଁ ଆଗେଇ ଆସିଲା ଗଞ୍ଜାମ। ପୂର୍ବରୁ ଅନେକ ବାତ୍ୟାକୁ ସାମନା କରିଥିବା ଏବଂ ବନ୍ୟା ପ୍ରପୀଡିତଙ୍କୁ ରିଲିଫ ବାଣ୍ଟିବାର ଅଭିଜ୍ଞତା ଗଞ୍ଜାମ ପାଖରେ ରହିଛି। ୟସ ପ୍ରଭାବିତ ଜିଲ୍ଲା ପାଇଁ ରିଲିଫ ସାମଗ୍ରୀ ସଂଗ୍ରହ କରି ଜିଲ୍ଲା ପ୍ରଶାସନ ମାଧ୍ୟମରେ ପଠାଯଇଛି।

ganjam

ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାକୁ ୧୦ଟି ଟ୍ରକ ମାଧ୍ୟମରେ ରିଲିଫ ପଠାଯାଇଛି। ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପତାକା ଦେଖାଇ ଗାଡ଼ିର ଶୁଭାରମ୍ଭ କରିଥିଲେ। ଛତ୍ରପୁର, ବ୍ରହ୍ମପୁର, ହିଞ୍ଜିଳିକାଟୁ ଓ ଆସ୍କା ଅଞ୍ଚଳର ସ୍ୱେଚ୍ଛାସେବୀ ସଂଗଠନ ରିଲିଫ ସାମଗ୍ରୀ ପଠାଇଛନ୍ତି।

 

Leave A Reply

Your email address will not be published.