ବାତ୍ୟା ପ୍ରଭାବିତ ୧୨୮ଟି ଗାଁର ପ୍ରତି ପରିବାରକୁ ୭ ଦିନ ରିଲିଫ ଦିଆଯିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ବାତ୍ୟା ପ୍ରଭାବିତ ଅଞ୍ଚଳର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷା ପରେ  ଲୋକଙ୍କୁ ୭ ଦିନ ରିଲିଫ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ପ୍ରଭାବିତ ଜିଲ୍ଲାର ୧୨୮ଟି ଗାଁରେ ପ୍ରତି ପରିବାରକୁ ରିଲିଫ ପ୍ରଦାନ କରାଯିବକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୪ ଘଣ୍ଟାରେ ସମସ୍ତ ମୁଖ୍ୟ ରାସ୍ତାଗୁଡ଼ିକର ପୁନଃ କାର୍ଯ୍ୟକ୍ଷମ କରାଯିବ । ୨୪ ଘଣ୍ଟା ଭିତରେ ୮୦ ପ୍ରତିଶତ ବିଜୁଳି ସରବରାହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହା ସହିତ ସଫଳତାର ସହ ବାତ୍ୟା ମୁକାବିଲା କରିଥିବାରୁ ସେ ପ୍ରଶାସନିକ କର୍ମଚାରୀ, ପ୍ରଞ୍ଚାୟତ ପ୍ରତିନିଧି, ପୁଲିସ, ଅଗ୍ନିଶମ ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ପ୍ରଶଂସା କରିବା ସହ  ଧନ୍ୟବାଦ ଦେଇଛନ୍ତି ।

ଅନ୍ୟପକ୍ଷରେ, ବାତ୍ୟା ପାଇଁ ବିଭିନ୍ନ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରଣ କରାଯ଼ାଇଥିବା ଲୋକମାନଙ୍କ ମଧ୍ୟରେ ଯ଼େପରି କରୋନା ନ ବ୍ୟାପେ ସେଥିପାଇଁ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.