Below header

ରାହୁଲ ବୈଦଙ୍କ ଗାର୍ଲଫ୍ରେଣ୍ଡ ଦିଶା ନିଜ ମେକଅପ ଲୁକ ପାଇଁ ସୋସିଆଲ ମିଡିଆରେ ହେଲେ ଟ୍ରୋଲ

ବିଗବସ୍ ୧୪ ଫେମ ସିଙ୍ଗର ରାହୁଲ ବୈଦ ନିଜ ଗାର୍ଲଫ୍ରେଣ୍ଡ ଦିଶା ପରମାରଙ୍କୁ ସୋରେ ପ୍ରପୋଜ କରିଥିଲେ । ଏହାପର ଠାରୁ ଏହି ୨ ଯୋଡି ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଦିଶା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି । ନିଜ ଫ୍ୟାନ୍ସ ମାନଙ୍କୁ ସବୁବେଳେ ଏଣ୍ଟରଟେନ କରାଇଥାନ୍ତି । ସେଥିଲାଗି ଅନେକ ଭିଡିଓ ପୋଷ୍ଟ କରିଥାନ୍ତି ।

କିଛି ଦିନ ପୂର୍ବେ ଦିଶା ଏକ ପୋଷ୍ଟ ସେୟାର କରିଥିଲେ । ତାଙ୍କର ଲାଟେଷ୍ଟ ଫଟୋ ଯାହା ତାଙ୍କୁ ଏବେ ଟ୍ରୋଲର୍ସଙ୍କ ସାମ୍ନାକୁ ଆଣିଛି । ଏହି ପୋଷ୍ଟରେ ଦିଶା କିଛି ମେକଅପ ଫଟୋ ପୋଷ୍ଟ କରିଥିଲେ, ଯାହାକୁ ଦେଖି ତାଙ୍କୁ ଟ୍ରୋଲ କରାଯାଇଛି । ଏଥିରେ ତାଙ୍କ ମେକଅପ ଲୁକକୁ ପସନ୍ଦ କରାଯାଇନାହିଁ ।

 

View this post on Instagram

 

A post shared by DP (@dishaparmar)

ୟୁଜର୍ସଙ୍କ କହିବା ମତରେ ଦିଶାଙ୍କୁ ଅଧିକ ମେକଅପ ଲୁକ ତାଙ୍କୁ ସୁନ୍ଦର କରିନଥାଏ । ଦିଶା ଟେଲି ଜଗତରେ ପ୍ରଥମେ ”ପ୍ୟାର କା ଦର୍ଦ ହେ ମିଠା ମିଠା ପ୍ୟାରା ପ୍ୟାରା” ସୋ’ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ଜିଟିଭିରେ ପ୍ରସାରିତ ‘ବୋ ଅପନା ସା ହେ’ରେ ନଜର ଆସିଥିଲେ । ଏହାପରଠୁ ଦିଶାଙ୍କୁ ମ୍ୟୁଜିକ ଆଲବମରେ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.