Below header

ଅମାନିଆ ସୋରଡ଼ା ବିଧାୟକ, ବାପାଙ୍କ ଶ୍ରାଦ୍ଧବାର୍ଷିକୀ କୋଭିଡ୍‌ କଟକଣା ଭୁଲି ଭୋଜିଭାତର ଆସର ଜମାଇଲେ

କେନ୍ୟୁଜ୍(ବ୍ୟୁରୋ):  ବିଧାୟକ ଭୁଲିଗଲେ କୋଭିଡ୍‌ କଟକଣା । ଭୋଜିଭାତର ଆୟୋଜନ ମନା । କିନ୍ତୁ ଜଣେ ଲୋକ ପ୍ରତିନିଧି ବାପାଙ୍କ ଶ୍ରାଦ୍ଧବାର୍ଷିକୀରେ ଭୋଜିଭାତ ଆୟୋଜନ କରିଥିଲେ । ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ବିରୋଧରେ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗ ଆସିଛି । ସୋରଡ଼ା ଅମ୍ବରୁତୁଲୁ ଗାଁରେ ବାପାଙ୍କ ଶ୍ରାଦ୍ଧବାର୍ଷିକୀରେ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ ।

soroda mla1

ଯେଉଁଠାରେ ୧୦୮ ପୁରୋହିତଙ୍କୁ ନେଇ ହନୁମାନ ଚାଳିଶା ପାଠ କରାଇଥିଲେ । ଏଥିସହ ଶହ ଶହ ଲୋକଙ୍କୁ ଖାଇବାକୁ ଦେଇଥିଲେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ନଥିଲା ସାମାଜିକ ଦୂରତା । ଏକାଠି ଶହ ଶହ ଲୋକ ବସି ଖାଉଥିଲେ । ପ୍ରଶ୍ନ ଉଠୁଛି, ଏଭଳି ଭୋଜିଭାତ ଆୟୋଜନ ପାଇଁ କିଏ ଦେଲେ ଅନୁମତି ? ପୋଲିସ ପ୍ରଶାସନ ପାଖରେ କେମିତି ଖବର ନଥିଲା । ତେବେ ଅଭିଯୋଗ ଉପରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.