ଲକଡାଉନବେଳେ ଅଘଟଣ, ପୋଲିସ ASIଙ୍କ ଘରେ ଗ୍ୟାସ ଟାଙ୍କି ଫାଟି ଦୁଇ ଗୁରୁତର

କଳାହାଣ୍ଡି (କେନ୍ୟୁଜ) : ଲକଡାଉନ ସମୟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ରୋଷେଇ ଗ୍ୟାସ ଟାଙ୍କି ଫାଟି ଦୁଇ ଗୁରୁତର ଆହତ। ସୂଚନା ଅନୁଯାୟୀ ଭାବନିପାଟଣାର ପୋଲିସ ଏଏସଆଇଙ୍କ ଘରେ ରନ୍ଧନ ଗ୍ୟାସ ଟାଙ୍କି ବିସ୍ପୋରଣରେ ସ୍ତ୍ରୀ ଏବଂ ପୁଅ ଗୁରୁତର ଆହତ ହୋଇଛନ୍ତି। ଭବାନୀପାଟଣା SDPOଙ୍କ ଅଫିସରେ କାର୍ଯ୍ୟରତ ASI ଟଙ୍କଧର ଜାଲଙ୍କ ରାମସାଗର ପଡା ଘରେ ସ୍ତ୍ରୀ ଗ୍ୟାସର ରେଗୁଲେଟର ବଦଳାଉଥିବାବେଳେ କୌଣସି କାରଣରୁ ଗ୍ୟାସରେ ହଠାତ ନିଆଁ ଲାଗି ଟାଙ୍କି ଫାଟି ଗଲା।ଫଳରେ ମହିଳାଙ୍କ ସମେତ ତାଙ୍କ ପୁଅ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରି ମହିଳା ଏବଂ ତାଙ୍କ ପୁଅକୁ ଭାବନିପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.