Below header

ଫାଟିଲା ଗ୍ଯାସ ସିଲିଣ୍ଡର: ୪ ଅଗ୍ନିଶମ କର୍ମଚାରୀ ଆହତ

ସମ୍ବଲପୁର ଚାଉଁପୁରସ୍ଥିତ ଏକ ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଗ୍ଯାସ ସିଲିଣ୍ଡର ଫାଟିଯିବା ଫଳରେ ଜଳିଗଲା ଦୋକାନ। ନିଆଁକୁ ଆୟତ୍ତ କରିବା ସମୟରେ ଗ୍ଯାସ ସିଲିଣ୍ଡର ଫାଟିବାରୁ ୪ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି।

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ଚାଉଁପୁରସ୍ଥିତ ଏକ ଦୋକାନରେ ଭୟାବହ ଅଗ୍ନିକାଣ୍ଡ। ଗ୍ଯାସ ସିଲିଣ୍ଡର ଫାଟିଯିବା ଫଳରେ ଜଳିଗଲା ଦୋକାନ। ଗତକାଲି ବିଳମ୍ବିତ ରାତ୍ରିରେ ଘଟିଛି ଏହି ଅଗ୍ନିକାଣ୍ଡ । ପ୍ରଥମେ ଗ୍ଯାସ ସିଲିଣ୍ଡରରୁ ନିଆଁ ଲାଗିବା ପରେ ଏହା ପ୍ରଚଣ୍ଡ ଶବ୍ଦ କରି ଫାଟିଯାଇଥିଲା। ଗ୍ଯାସ ସିଲିଣ୍ଡରଟି ଫାଟିବା ପୂର୍ବରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ତେବେ ନିଆଁକୁ ଆୟତ୍ତ କରିବା ସମୟରେ ଗ୍ଯାସ ସିଲିଣ୍ଡର ଫାଟିବାରୁ ୪ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ୨ ଜଣ ଆହତଙ୍କୁ ତୁରନ୍ତ କଟକ ରେଫର କରାଯାଇଥିବା ବେଳେ ୨ ଜଣ ବୁର୍ଲା ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.