ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ: ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଭାରତ, କେଏଲ ରାହୁଲଙ୍କ ସ୍ଥାନରେ ଶୁଭମନ ଗିଲ୍‌

ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ ଆଜିଠାରୁ ଇନ୍ଦୋରରେ ଖେଳାଯାଉଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । କେଏଲ ରାହୁଲଙ୍କ ସ୍ଥାନ ଶୁଭମନ ଗିଲଙ୍କୁ ମିଳିଛି ସୁଯୋଗ । ଟିମ୍‌ ଇଣ୍ଡିଆ ପ୍ଲେଇଂ ଇଲେଭେନରେ ଦୁଇଟି ପରିବର୍ତ୍ତନ କରିଛି ।

ଆଜିଠାରୁ ଇନ୍ଦୋରରେ ଖେଳାଯାଉଛି ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ। ଆଜିର ମ୍ୟାଚରେ ଭାରତର ଓପନିଂ ବିଭାଗରେ ପରିବର୍ତ୍ତନ କରାଯାଇଛି । ଏହି ମ୍ୟାଚରୁ କେଏଲ ରାହୁଲ ଏବଂ ମହମ୍ମଦ ସାମିଙ୍କୁ ବାଦ୍‌ ଦିଆଯାଇଛି । କେଏଲ ରାହୁଲଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ସୁଯୋଗ ମିଳିଛି । ସେହିପରି ମହମ୍ମଦ ସାମିଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ସୁଯୋଗ ଦିଆଯାଇଛି ।

ଗତ ଦୁଇଟି ଟେଷ୍ଟର ୩ଟି ଇନିଂସରେ କେଏଲ ରାହୁଲ ୩୮ ରନ୍ କରିଛନ୍ତି । ତାଙ୍କୁ ଉପଅଧିନାୟକ ପଦରୁ ହଟାଇ ଦିଆଯାଇଛି । ସେହିପରି ଦଳରେ ୱିକେଟ୍ କିପର କିଏ ରହିବ ତାକୁ ନେଇ ନେଇ ଦ୍ୱନ୍ଦ୍ୱ ରହିଛି । ପୂର୍ବ ଦୁଇଟି ମ୍ୟାଚ ଖେଳିଥିଲେ କେ ଏସ୍ ଭାରତ ।

ସେପଟେ ପ୍ରଥମ ଦୁଇଟି ଟେଷ୍ଟ ହାରିବା ପରେ ଅଷ୍ଟ୍ରେଲିଆ ଦଳ ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ଜୋରଦାର ପ୍ରୟାସ ଚଲାଇଛି। ୪ ଜଣ ଖେଳାଳି ଆହତ ହେବା ଦଳ ପାଇଁ ସମସ୍ୟା ହୋଇଛି । ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆର ନେତୃତ୍ୱ ନେବେ ଷ୍ଟିଭେନ୍ ସ୍ମିଥ୍ ।

୮ ଦିନର ବ୍ୟବଧାନ ପରେ ଏହି ମ୍ୟାଚ୍ ଖେଳାଯାଉଛି । ପୂର୍ବରୁ ଖେଳା ଯାଇଥିବା ୨ଟି ଟେଷ୍ଟରେ ଅଷ୍ଟ୍ରେଲିଆ ହାରିଛି । ଉଭୟ ଟେଷ୍ଟକୁ ଅଢ଼େଇ ଦିନରେ ସମାପ୍ତ କରିଥିଲା ଭାରତୀୟ ଦଳ। ପ୍ରଥମ ଟେଷ୍ଟରେ ଭାରତ ଇନିଂସ ବିଜୟ ହାସଲ କରିଥିବା ବେଳେ ୨ୟ ଟେଷ୍ଟକୁ ମଧ୍ୟ ଭାରତ ସହଜରେ ଜିତି ପାରିଥିଲା। ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୨-୦ରେ ଆଗୁଆ ରହି ଭାରତ ବର୍ଡର-ଗାଭାସ୍କର ଟ୍ରଫି ହାତେଇ ପାରିଛି। ୩ୟ ଟେଷ୍ଟକୁ ଜିତିଲେ ଭାରତ ଶୃଙ୍ଖଳା ଜିତିବା ସହ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଖେଳିବାର ଟିକଟ ପାଇବ। ଏହାସହିତ ଆଇସିସି ଟେଷ୍ଟ ର‍୍ୟାଙ୍କରେ ଅଷ୍ଟ୍ରେଲିଆକୁ ମାତ ଦେଇ ନଂ ୧ ସ୍ଥାନ ଫେରିପାଇବ ।

ଭାରତ ପ୍ଲେଇଂ ଇଲେଭେନ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍‌, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, ରବୀନ୍ଦ୍ର ଜାଡେଜା, କେଏସ ଭରତ(ଓ୍ଵିକେଟ କିପର), ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ଉମେଶ ଯାଦବ, ମହମ୍ମଦ ସିରାଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.