Below header

ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟିଲା ଏଲପିଜି ଗ୍ୟାସ ଟ୍ୟାଙ୍କଲର, ପୋଲିସ ତରଫରୁ ରାସ୍ତା ସିଲ

ପାରାଦୀପ ହାତି ତେଲଟାଙ୍କି ନିକଟରେ ଓଲଟିଲା ଏଲପିଜି ବୋଝେଇ ଟ୍ୟାଙ୍କଲର । ପାରାଦୀପ ତୈଳ ବିଶୋଧନାଗାର ରୁ ଏଲପିଜି ଲୋଡ଼ କରି ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟି ପଡିଲା ଗ୍ୟାସ ବୋଝେଇ ଟ୍ୟାଙ୍କଲର ।

ପାରାଦୀପ ହାତି ତେଲଟାଙ୍କି ନିକଟରେ ଓଲଟିଲା ଏଲପିଜି ବୋଝେଇ ଟ୍ୟାଙ୍କଲର । ପାରାଦୀପ ତୈଳ ବିଶୋଧନାଗାର ରୁ ଏଲପିଜି ଲୋଡ଼ କରି ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟି ପଡିଲା ଗ୍ୟାସ ବୋଝେଇ ଟ୍ୟାଙ୍କଲର । କୌଣସି ଅଘଟଣ ଘଟି ନଥିବା ବେଳେ ଲକଥାନା ପୋଲିସ ତରଫରୁ ରାସ୍ତା ସିଲ କରିଦିଆଯାଇଛି ।

 

ଗୋଟିଏ ପାର୍ଶ୍ଵ ରେ ଯାନବାହାନ ଚଳାଚଳ କରୁଥିବା ବେଳେ ଘଟଣା ସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗ ପହଞ୍ଚିବା ସହିତ କିଭଳି ଗ୍ୟାସ ବୋଝେଇ ଟ୍ୟାଙ୍କଲର ଟିକୁ ଉଠାଯାଇପାରିବ ଏ ନେଇ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳିଛି । ତେବେ ଏହି ଏଲପିଜି ଲୋଡ଼ ଥିବା ଟ୍ୟାଙ୍କଲର ଟି ଓଲଟି ପଡିବା ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଜନସାଧାରଣ ଭୟଭୀତ ହୋଇପଡିଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.