କଂଗ୍ରେସ, ବିଜେପି ପରେ ଆଜି BRSରେ ସେ ଯୋଗ ଦେବେ ଜୟରାମ ପାଙ୍ଗୀ ଓ ଗମାଙ୍ଗ ପରିବାର

(କେନ୍ୟୁଜ): ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତିରେ ଯୋଗ ଦେବେ କୋରାପୁଟ ଜିଲ୍ଲାର ଆଦିବାସୀ ନେତା ଜୟରାମ ପାଙ୍ଗୀ । ଆଜି ବିଧିବଦ୍ଧ ଭାବରେ BRSରେ ସେ ଯୋଗ ଦେବେ । ପୂର୍ବରୁ ଏନେଇ ଘୋଷଣା କରିଥିଲେ ଜୟରାମ ପାଙ୍ଗୀ । ଆନ୍ଧ୍ର-ଓଡିଶା ମଧ୍ୟରେ କୋଟିଆକୁ ନେଇ ଲାଗି ରହିଥିବା ସୀମା ବିବାଦର ସମାଧାନ ପାଇଁ ଉଦ୍ୟମ ଜାରି ରହିବ ବୋଲି କହିଥିଲେ ।

ଆଞ୍ଚଳିକ ବିକାଶ ପାଇଁ ଗଠନ କରାଯାଇଥିବା ଦଣ୍ଡକାରଣ୍ୟ ପାର୍ବତ୍ୟମାଳା ବିକାଶ ପରିଷଦ କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଥିଲେ ଜୟରାମ ପାଙ୍ଗି । ପଟାଙ୍ଗି ନିର୍ବାଚନ ମଣ୍ଡଳୀରୁ ୩ଥର ବିଧାୟକ ହେବା ସହ ବିଜୁ ଜନତା ଦଳରୁ ଥରେ ସାଂସଦ ମଧ୍ୟ ହୋଇଥିଲେ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜୟରାମ ପାଙ୍ଗିଙ୍କ ବେଶ ଲୋକପ୍ରିୟତା ରହିଛି । ତେଣୁ BRSରେ ଯୋଗ ଦେଲେ ଦକ୍ଷିଣ ଓଡ଼ିଶା ରାଜନୀତିରେ କି ପ୍ରଭାବ ପଡ଼ିବ ତାଉପରେ ଏବେ ନଜର ।

ପାଙ୍ଗୀଙ୍କ ବ୍ୟତୀତ ଆଜି BRSରେ ଯୋଗ ଦେବେ ଗିରିଧର ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ । ଦୁଇ ଦିନ ତଳେ ଏମାନେ ବିଜେପିରୁ ଇସ୍ତଫା ଦେଇଥିଲେ । କୌଣସି ଏକ ଜାତୀୟ ରାଜନୈତିକ ଦଳରେ ଯୋଗ ଦେବେ ବୋଲି କହିଥିଲେ ଗିରିଧର ଗମାଙ୍ଗ । ପୂର୍ବରୁ ସିନିଅର ଓ ଜୁନିଅର ଗମାଙ୍ଗ କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟିଥିଲେ । ଏହାପରେ ସେମାନେ ବିଜେପି ଛାଡି BRSରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.