ହକି ବିଶ୍ଵ କପ୍: କ୍ଲାସିଫିକେସନ ମ୍ୟାଚ୍ରେ ଜାପାନକୁ ୮-୦ରେ ହରାଇଲା ଭାରତ
ରାଉରକେଲା (କେନ୍ୟୁଜ): ପୁରୁଷ ହକି ବିଶ୍ୱକପ୍ର ଭାରତ ବିଜୟୀ। ଗତକାଲି ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା କ୍ଲାସିଫିକେସନ ମ୍ୟାଚରେ ଜାପାନକୁ ୮-୦ ଗୋଲରେ ହରାଇଛି ଭାରତ । ବିଶ୍ୱକପ୍ ଟ୍ରଫି ରେସ୍ରୁ ବାଦ୍ ପଡିବା ପରେ ନବମରୁ ୧୬ ତମ ସ୍ଥାନ ପାଇଁ ଖେଳିଥିଲା ଭାରତ। ମ୍ୟାଚର ପ୍ରଥମାର୍ଦ୍ଧରେ କୌଣସି ଦଳ ଗୋଲ୍ କରି ପାରିନଥିଲେ। କିନ୍ତୁ ତୃତୀୟ ଓ ଚତୁର୍ଥ କ୍ୱାର୍ଟରେ ୪ଟି ଲେଖାଏ ଗୋଲ୍ ଦେଇଥିଲା ଭାରତ। ଭାରତ ତରଫରୁ ଅଭିଷେକ ଓ ହରମନପ୍ରୀତ ସିଂହ ଦୁଇଟି ଲେଖାଏ ଗୋଲ୍ ଦେଇଥିଲେ।
ଏହାସହ ମନ୍ଦୀପ ସିଂହ, ବିବେକ ସାଗର ପ୍ରସାଦ, ମନପ୍ରୀତ ସିଂହ ଓ ସୁଖଜିତ ସିଂହ ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ଟିମ୍ ଇଣ୍ଡିଆକୁ ଉତ୍ସାହିତ କରିବାକୁ ବିର୍ସା ମୁଣ୍ଡ ଷ୍ଟାଡିୟମରେ ଥିଲେ ଭରପୁର ଦର୍ଶକ। ଭାରତ ତାର ପରବର୍ତ୍ତୀ ମ୍ୟାଚ୍ ନବମରୁ ଦ୍ୱାଦଶ ସ୍ଥାନ ପାଇଁ ଦ.ଆଫ୍ରିକା ବିରୋଧରେ ଖେଳିବ। ଆସନ୍ତାକାଲି ରାଉରକେଲାରେ ଖେଳାଯିବ ମ୍ୟାଚ୍ ।