Below header

କଣ ହେଲା କେଜାଣି କଲେଜରୁ ଫେରି ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ରୀ

ବରଗଡ଼ (କେନ୍ୟୁଜ୍‌) : କିରୋସିନି ଢାଳି ହୋଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବରଗଡ ମୁଖ୍ଯ ଚିକିତ୍ସାଳୟ ଏବଂ ପରେ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନନ୍ତରିତ କରାଯାଇଛି ।
ସୂଚନା ଅନୁସାରେ, ଯୁବତୀ ଜଣକ ହେଉଛନ୍ତି ବରଗଡ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖଳିଆପାଲି ଗାଁର ଅଞ୍ଜଲି ଗୁରୁ । ସେ ବରଗଡ ମହିଳା ମହାବିଦ୍ୟାଳୟର +୨ କମର୍ସର ଛାତ୍ରୀ । ଆଜି କଲେଜରୁ ପାଠ ପଢା ସାରି ଘରକୁ ଫେରିଥଲେ । ତେବେ ଘରେ ହଠାତ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି କୁହାଯାଉଛି । ହେଲେ କେଉଁ କାରଣ ପାଇଁ ସେ ଏଭଳି ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ଭାବେ ଜଣା ପଡିନାହିଁ । ଅଞ୍ଜଲିଙ୍କ ଶରୀରର ୯୫ ଭାଗ ପୋଡ଼ି ଯାଇଥିବା ଡାକ୍ତରଙ୍କ ଠାରୁ ସୂଚନା ମିଳିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.