Below header

ଆଜି ହେଉଛି ମହାନ ଆତ୍ମା ନୀଳିମାରାଣୀ ସାମନ୍ତଙ୍କ ପୂଣ୍ୟ ତିଥି, ଶ୍ରଦ୍ଧା ସୁମନ ଜଣାଇଲେ ଡ.ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):  ଆଜି ହେଉଛି ମହାନ ଆତ୍ମା ନୀଳିମାରାଣୀ ସାମନ୍ତଙ୍କ ତିରୋଧାନ ଦିବସ।  ଏହି ଅବସରରେ ତାଙ୍କ ସୁପୁତ୍ର କିଟ୍ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଶ୍ରଦ୍ଧା ସୁମନ ଜଣାଇଛନ୍ତି।  ମାତ୍ର ୮୯ ବୟସରେ ଆଜିର ତିଥିରେ ଦେହତ୍ୟାଗ କରିଥିଲେ ଏହି ଧାର୍ମିକ ମହିୟସୀ ମହିଳା ।

ଜଣେ ଅଗ୍ରଣୀ ସାମାଜିକ କର୍ମୀ ତଥା ଧାର୍ମିକ ମହିଳା ଭାବରେ ଜଣାଶୁଣା ନିଳୀମାରାଣୀ କଟକ ଜିଲ୍ଲାର ରଘୁନାଥପୁର ଅଞ୍ଚଳରେ ବେଶ୍ ଲୋକପ୍ରିୟ ଥିଲେ। ୨୦୦୬ ରେ ତାଙ୍କ ଗାଁ କାଲାରବାଙ୍କାକୁ ଦେଶର ପ୍ରଥମ ମଡେଲ ଗ୍ରାମ କରିବା ପାଇଁ ସେ ବହୁତ ସହଯୋଗ କରିଥିଲେ | ଯେଉଁଥି ପାଇଁ ଆଜି କଲରାବାଙ୍କ ଆଦର୍ଶ ଗାଁରେ ପରିଣତ ହୋଇପାରିଛି।

 

ନୀଳିମାରାଣୀ ନାମରେ ପ୍ରତିଷ୍ଠିତ ହୋଇଥିବା ନୀଳିମାରାଣୀ ଚାରିଟେବୁଲ୍ ଟ୍ରଷ୍ଟ, କଲରାବାଙ୍କ-ମାନପୁର ଅଞ୍ଚଳରେ ବେସ ସକ୍ରିୟ ଭାବେ କାର୍ଯ୍ୟ କରି ଆସୁଛି। ଏବଂ ଏକ ଲାଇବ୍ରେରୀ, ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଏକ ଆବାସିକ ହାଇସ୍କୁଲ, ଏକ ଇଂରାଜୀ ମଧ୍ୟମ ବିଦ୍ୟାଳୟ, ମନ୍ଦିର ଇତ୍ୟାଦିର ଦେଖାରଖା ଏହି ଟ୍ରଷ୍ଟ କରୁଛି।   ଏଥିସହ ଟ୍ରଷ୍ଟ ବ୍ୟାଙ୍କ ଏବଂ ଡାକ ବିଭାଗର ଶାଖା ସ୍ଥାପନ ପାଇଁ ପଦକ୍ଷେପ ନେଇଥିଲା ଏବଂ ଗ୍ରାମବାସୀଙ୍କୁ ଷ୍ଟ୍ରିଟ୍ ଲାଇଟ୍, ପୋଖରୀ, ରୋଡ୍ ନେଟୱାର୍କ ଏବଂ ପରିମଳ ସୁବିଧା ସ୍ଥାପନ କରିବାରେ ସାହାଯ୍ୟ କରିଥିଲା।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.