ଭୁବନେଶ୍ବର: ମୋ ସ୍ବାମୀ ବାହାଘରକୁ ଅଟକାନ୍ତୁ ନହେଲେ ମୁଁ ଆତ୍ମାହୂତି ଦେବି, ଡିସିପି ଅଫିସରେ ଯୁବତୀଙ୍କ ଏତଲା
ଭୁବନେଶ୍ବର(କେନ୍ୟୁଜ୍): କାଲି ମୋ ସ୍ୱାମୀ ବାହାଘର । ମତେ ନ୍ୟାୟ ଦିଅ । ସ୍ୱାମୀ ବାହାଘର ଅଟକାଇବା ପାଇଁ ଆଜି ଡିସିପି ଅଫିସ ର ଦ୍ୱାରସ୍ଥ ହୋଇଛନ୍ତି ଜଣେ ଯୁବତୀ। ମହିଳା ଜଣକ କେଉଁଝର ଜିଲ୍ଲା ମଧୁକେଶରୀ ଗାଁର ଅଭିଜିତ ମିଶ୍ରଙ୍କୁ ଭଲ ପାଉଥିଲେ ଯୁବତୀ ଜଣକ । ହେଲେ ଅଭିଜିତଙ୍କ ପରିବାର ଏ ବାହାଘରରେ ରାଜି ନଥିଲେ ।
ମହିଳା ଜଣକ ଅଭିଜିତଙ୍କ ଗାଁକୁ ଯାଇ ଗ୍ରାମବାସୀଙ୍କ ସହାୟତାରେ ଥାନା ଆଗରେ ବାହା ହୋଇଥିଲେ । ଏବେ ଅଭିଜିତ ଘରୁ ଫେରାର ହୋଇଯାଇଥିବା ବେଳେ ତାଙ୍କ ପରିବାର କାଲି ଅନ୍ୟତ୍ର ତାଙ୍କ ବାହାଘର କରିବାକୁ ଯୋଜନା କରିଥିବା ଅଭିଯୋଗ କରିଛନ୍ତି ଯୁବତୀ ଜଣକ । ନ୍ୟାୟ ନମିଳିଲେ ରାଜରାସ୍ତାରେ ଆତ୍ମାହୂତି ଦେବି ବୋଲି ସେ ଧମକ ଦେଇଛନ୍ତି ।