Below header

ପୋଲିସକୁ ସୁରକ୍ଷା ଦାବି ନେଇ କେତେକ ଖବରକାଗଜରେ ପ୍ରସାରିତ ଖବରକୁ ଓଡ଼ିଶା ପୋଲିସ ସଂଘର କଡା ନିନ୍ଦା

ବାଲିଆପାଳରେ ପୋଲିସ ଉପରେ ଉତ୍ତ୍ୟକ୍ତଙ୍କ ଆକ୍ରମଣ ଘଟଣାରେ କେତେକ ଖବରକାଗଜରେ ପୋଲିସ ସୁରକ୍ଷା ଲୋଡୁଥିବା ନେଇ ଖବର ପ୍ରସାରିତ ହେବା ପରେ ଏହାକୁ କଡ଼ା ନିନ୍ଦା କରିଛି ଓଡ଼ିଶା ପୋଲିସ ସଂଘ। ଏହାକୁ ସଂପୂର୍ଣ୍ଣ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ଓଡ଼ିଶା ପୋଲିସ ସଂଘ ସଭାପତି ସତ୍ୟଜିତ ମିଶ୍ର କହିଛନ୍ତି। ପୋଲିସ କେବେ ସୁରକ୍ଷା ଲୋଡିନଥାଏ। ତେବେ ସମ୍ବେଦନଶୀଳ ଘଟଣାରେ ପୋଲିସକୁ ଜନତାଙ୍କ ଆକ୍ରମଣ ଭଳି ପରିସ୍ଥିତି ରୋକିବାକୁ ରାଜ୍ୟ ସରକାର କିଛି ନିୟମ ଆଣନ୍ତୁ। କିମ୍ବା ସୁରକ୍ଷା ପ୍ରସଙ୍ଗରେ ଡାକ୍ତରଙ୍କ ପାଇଁ ଯେଉଁ ନିୟମ ରହିଛି ତାହା ସାଧାରଣ ପ୍ରଶାସନ କ୍ଷେତ୍ରରେ କାମ କରୁଥିବା ସବୁ ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ କରିବାକୁ ସେ ନିବେଦନ କରିଛନ୍ତି। କୌଣସି ତଥ୍ୟକୁ ଭୁଲ ଭାବେ ଉପସ୍ଥାପନ ନକରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି। ପୋଲିସ ସଂପୂର୍ଣ୍ଣ ସୁରକ୍ଷିତ ଓ ରାଜ୍ୟର ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଦେବାରୁ ସକ୍ଷମ ବୋଲି ରାଜ୍ୟ ପୋଲିସ ସଂଘ ସଭାପତି କହିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.