ବର୍ଷାର ଲୁଚକାଳି ଚାଷୀଙ୍କ ପାଇଁ ଆଣିଛି ବିପଦ, ପମ୍ପ ସେଟ ଲଗାଇ ଜମିକୁ ପାଣି ମଡ଼ାଉଛନ୍ତି ଚାଷୀ

ବର୍ଷାର ଲୁଚକାଳୀ ଚାଷୀଙ୍କ ପାଇଁ ବିପଦ ଆଣିଛି । ମୌସୁମୀ ବର୍ଷାର ଦୂରର କଥା, ଗଞ୍ଜାମ ଜିଲ୍ଲାରେ ଲଘୁଚାପ ବର୍ଷା ବି ଠିକ୍‌ ଭାବେ ହୋଇନି । ଫଳରେ ପମ୍ପ ସେଟ ବ୍ୟବହାର କରି ଜମିକୁ ପାଣି ମଡାଉଛନ୍ତି ଚାଷୀ । ଜିଲ୍ଲାରେ ଥିବା ୨୨ଗୋଟି ବ୍ଲକରେ ଚଳିତ ବର୍ଷ ମାତ୍ର ୨୫ଭାଗ ବର୍ଷା ହୋଇଛି । ତେଣୁ ଖରିଫ ଚାଷ ପ୍ରଭାବିତ ହୋଇଛି । ଜିଲ୍ଲାର ଋଷିକୁଲ୍ୟା କେନାଲରେ ପାଶି ଆସିଲା ପରେ କୁକୁଡାଖଣ୍ଡି ବ୍ଲକ ରୋହିଗାଁରେ ଚାଷୀ ଚାଷକାମ ଆରମ୍ଭ କରିଛନ୍ତି । ଚଳିତ ବର୍ଷ ଧାନଚାଷ ପାଇଁ ଚାଷୀ ବହୁ ଖର୍ଚ୍ଚାନ୍ତ ହୋଇଥିବା କହିଛନ୍ତି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.